Latest Odisha News

BREAKING NEWS

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୪ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କଟକ, ଢେଙ୍କାନାଳ, କନ୍ଧମାଳ ଓ ସୁନ୍ଦରଗଡ ଆଦି…

କରୋନା ଭିତରେ ବ୍ୟାପକ ହେବ ରକ୍ତ ସଂଗ୍ରହ: ଓଡିଶା ମୋ ପରିବାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଭିତରେ ରକ୍ତ ସଂକଟ ସୃଷ୍ଟି ହୋଇଛି । ଓଡିଶାରେ ସାଢେ ୩ ଲକ୍ଷରୁ ୪ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ରହୁଛି । ରାଜ୍ୟରେ ଦୁଇ ଲକ୍ଷ ୟୁନିଟ୍ ସ୍ୱେଚ୍ଛାକୃତ ଭାବେ ଆସିଥାଏ । ତେବେ କରୋନା ଭିତରେ ତାହା ପ୍ରଭାବିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ…

ସୁନ୍ଦରଗଡରେ ହଜାରେ ପାର୍ କରୋନା ସଂକ୍ରମଣ; ରାଉରକେଲାରୁ ୨୭ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦୫୩ ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଜୟପୁରରେ ଡୋର୍‌-ଟୁ-ଡୋର୍ ସର୍ଭେ ଆରମ୍ଭ

ଜୟପୁର: କରୋନା ଜନିତ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ଟ୍ରେସ୍ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକମାନଙ୍କୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଡୋର୍‌-ଟୁ-ଡୋର୍ ସର୍ଭେ ଆରମ୍ଭ କରାଯାଇଛି । କୋରାପୁଟ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡିଏମଓ) ମକରନ୍ଦ ବେଉରା କହିଛନ୍ତି ଯେ…

ବନ୍ଧୁକ ମୁନରେ ମହିଳା ଡିଏସପିଙ୍କ ଠାରୁ ଲୁଟ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ରବିବାର ସକାଳ ସମୟରେ ଦୁଇ ଦୁବୃର୍ତ୍ତ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ମହିଳା ଡିଏସପି (ଭିଜିଲାନ୍ସ) ତନୁଜା ମହାନ୍ତି ୟୁନିଟ୍‌-୩ ସ୍ଥିତ ଘର ସମ୍ମୁଖରେ ଛିଡା ହୋଇଥିବା ବେଳେ ଏଭଳି ଅଘଟଣା ଘଟିଛି…

୨୧ ବର୍ଷରେ ‘କାରଗିଲ୍ ବିଜୟ’ ଦିବସ; ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

ଭୁବନେଶ୍ୱର: ଆଜି ହେଉଛି ‘କାରଗିଲ୍ ବିଜୟ ଦିବସ’ । ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ‘ଅପରେସନ ବିଜୟ’ ଅଭିଯାନ ସଫଳ ହେବା ସହ ପାକିସ୍ତାନୀ ଅନୁପ୍ରବେଶ କାରୀଙ୍କ ଯୋଜନା ପଣ୍ଡ କରିଦେଇଥିଲେ । ଏହି ଯୁଦ୍ଧ ମେ ମାସରୁ ଆରମ୍ଭ ହୋଇ ଜୁଲାଇ ୨୬ ତଥା ପାଖାପାଖି ୬୦ ଦିନ ଧରି…

ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମୃତକ ମାନଙ୍କ ମଧ୍ୟରେ…

ଓଡିଶାର ୩୦ ଜିଲ୍ଲାରୁ ନୂଆ ୧୩୭୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୩୭୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

କରୋନା କାଳରେ ଚିତ୍ର ଆଙ୍କି କଟକର ଗୌରବ ବଢାଇଲେ ହର୍ଷିଲ

କଟକ: କରୋନା ସଂକ୍ରମଣ ଭୟରେ ସ୍କୁଲ କଲେଜ ସବୁ ବନ୍ଦ । ଏଥି ପାଇଁ ଛାତ୍ରଛାତ୍ରୀ ଅନଲାଇନ କ୍ଲାସରେ ପାଠ ପଢୁଛନ୍ତି । ଅନ୍ୟ ସମୟରେ କିଏ ଡ୍ରଇଁ କରୁଛି ତ କିଏ ଗୀତ କି ନୃତ୍ୟ ଅଭ୍ୟାସ କରୁଛି । ଏହି ଅଭ୍ୟାସ ପାଇଁ କଟକର ଜଣେ ଛାତ୍ରଙ୍କୁ ଏବେ ବିଶ୍ୱସ୍ତରରେ ମିଳିଛି ପ୍ରଶଂସା । କରୋନା…

ଦେଶରେ ସ୍ଥିତି ଅସମ୍ଭାଳ: ୨୪ ଘଣ୍ଟାରେ ୪୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୪୮,୨୦୦ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨୪…