Latest Odisha News

BREAKING NEWS

ଦେଶରେ ବଢୁଛି: ୨୪ ଘଣ୍ଟାରେ ୪୪ ହଜାର କରୋନା ପଜିଟିଭ୍, ୫୨୪ ମୃତ

ନୂଆଦିଲ୍ଲୀ: ପୁଣି ଥରେ କାୟା ବିସ୍ତାର ଆରମ୍ଭ କରିଛି କରୋନା । ଦେଶରେ ଦୈନିକ ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୪ ହଜାର ୪୮୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୨ଲକ୍ଷ ୬୬ହଜାର ୭୦୬କୁ ବୃଦ୍ଧି ପାଇଛି । ଦୈନିକ ମୃତ୍ୟୁସଂଖ୍ୟା ବି…

ଅସଲି ବ୍ରାଣ୍ଡରେ ନକଲି କାରବାର: କଟକରୁ ନକଲି ଘିଅ କାରଖାନା ଠାବ

କଟକ: ବ୍ରାଣ୍ଡ ଅସଲି । ଜିନିଷ ନକଲି । କଟକରୁ ପୁଣି ନକଲି ଘିଅ କାରଖାନା ଠାବ । ସଦର ଥାନା ଅନ୍ତର୍ଗତ ଗବଗସ୍ତରେ ଠାବ କଲା ମାଲଗୋଦାମ ଥାନା ପୋଲିସ । ନାମୀଦାମୀ ବ୍ରାଣ୍ଡର ବିପୁଳ ନକଲି ଘିଅ ଓ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ପାମୋଲିନ ତେଲ, ବିଭିନ୍ନ କମ୍ପାନୀ ଲୋଗୋ ସହ ଲକ୍ଷାଧିକ…

ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରି ବନ୍ଧା ହେଲେ ଯୁବକ

ଯାଜପୁର: ଜଣେ ବିବାହିତା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ଜଣଙ୍କ ହେଉଛନ୍ତି ଭୁବନ ଗାଁର ପ୍ରଶାନ୍ତ କୁମାର ରାଉଳ। ବୁଧବାର ଦିନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଖବର…

କୋହଲା ପାଗ ସାଙ୍ଗକୁ ରାଜ୍ୟରେ ବଢୁଛି ଶୀତ

ଭୁବନେଶ୍ୱର: ବାତ୍ୟା ନିଭାର ପ୍ରକୋପରେ ଓଡ଼ିଶାରେ ପାଗ କୋହଲା ରହିଛି। ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ କମିଯାଇଛି । ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଥିବା ଦେଖାଯାଇଛି। ଆଜି ଦକ୍ଷିଣ ଓଡ଼ିଶାର ପ୍ରାୟ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର…

ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍ ପରେ ୩ ଘଣ୍ଟା ତାଣ୍ଡବ ରଚିଲା ‘ନିଭାର’

ନୂଆଦିଲ୍ଲୀ: ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ନିଭାର । ଗତକାଲି ବିଳିମ୍ବିତ ରାତିରେ ଅତି ଭୀଷଣ ବାତ୍ୟାର ରୂପ ଧାରଣ କରି ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ପାଖାପାଖି ୩ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ରାତି ୧୧.୩୦ରୁ ବାତ୍ୟା ନିଭାର ପ୍ରକୋପ ଆରମ୍ଭ ହୋଇ ରାତି ସାଢ଼େ…

ପୋଖରୀରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତ ଦେହ; ହତ୍ୟା ସନ୍ଦେହ

ସୋର: ସୋର କେଶରୀପୁର ଗାଁ ପୋଖରୀ ଭିତରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। କେହି ଦୁର୍ବୃତ୍ତ ଏହି ବୃଦ୍ଧଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସୋର ଥାନା କେଶରୀପୁର ଗାଁରେ ଘଟିଛି ଏଭଳି ଘଟଣା । ମୃତ ବୃଦ୍ଧଙ୍କ ନାମ ମହେଶ୍ବର ବୋଲି ଜଣାପଡିଛି।…

ବ୍ରହ୍ମଗିରି ଅଞ୍ଚଳରୁ ଜବତ ହେଲା ୧୯ ଗ୍ରାମ ବ୍ରାଉନସୁଗାର; ଜଣେ ଗିରଫ

ପୁରୀ: ପୁରୀରେ ବଢୁଛି ଧଳାଜହର କାରବାର। ପୁରୀ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଧରପଗଡ ଅଭିଯାନ ଜାରି ରହିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ବୁଧବାର ରାତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାତପଡ଼ା ଅବକାରୀ ଥାନା ସବଇନସପେକ୍ଟର ବିନୋଦ ବାସ୍କେଙ୍କ ପ୍ରତକ୍ଷ…

କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ ଆଜି ଭାରତ ବନ୍ଦ 

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧି ନୀତି ବିରୋଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ କରାଯାଉଛି। ଏହି ବନ୍ଦକୁ ରାଜ୍ୟ କଂ‌ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ…

ସମ୍ବିଧାନ ଦିବସ; ନଭେମ୍ବର ୨୬ରେ କାହିଁକି ହୋଇଥାଏ ପାଳନ

ନୂଆଦିଲ୍ଲୀ: ନଭେମ୍ବର ୨୬ ତଥା ଆଜିର ଦିନରେ ଆମ ଦେଶର ପାଳିତ ହେଉଛି ‘ସମ୍ବିଧାନ ଦିବସ’। ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା। ହେଲେ ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି। ସେହି…

ଶ୍ରୀମନ୍ଦିରରେ ଲକ୍ଷ୍ମୀ ନାରାୟଣ ବେଶ, ଏକାଦଶୀ ନୀତି ଅନୁଷ୍ଠିତ

ପୁରୀ: କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼) ତିଥି ପଞ୍ଚୁକର ପ୍ରଥମ ଦିବସ ତଥା ବୁଧବାର ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ଠିଆକିଆ ବେଶ ବା ଲକ୍ଷ୍ମୀ - ନାରାୟଣ ବେଶ ତଥା ହରି ଉତ୍ଥାପନ ଓ ବଡ଼ ଏକାଦଶୀ ନିମନ୍ତେ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପ୍ରାତଃ ଘ.୫.…