Latest Odisha News

BREAKING NEWS

ମହିଳା କ୍ରିକେଟ: ଆନ୍ଧ୍ରକୁ ହରଇଲା ଓଡିଶା

କଟକ: ମାଧୁରୀ ମେହେଟ୍ଟା ଓ ସରିତା ମେହେରଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଥାନେରେ ଚାଲିଥିବା ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟରେ ଓଡ଼ିଶା ୫୨ ରନ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ମାଧୁରୀ ୬୬ ଓ ସରିତା ୭୨ ରନ୍‌ରେ ଆଉଟ୍‌ ହୋଇଥିଲେ। ୫୦ ଓଭରରେ ଓଡ଼ିଶା ୪ ଵିକେଟ୍‌ରେ ୨୩୮ ରନ୍‌…

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଆଜି ଶ୍ରାଦ୍ଧବାର୍ଷିକୀ, ଜାଣନ୍ତୁ ତାଙ୍କ ସମ୍ପର୍କରେ…

ଭୁବନେଶ୍ୱର: ଆଧୁନିକ ଓଡିଆ ସାହିତ୍ୟର ଜଣେ ବରେଣ୍ୟ ସାଧକ ଭାବେ ଖୁବ୍ ପରିଚିତ ଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର । ପ୍ରାକ୍‌-ସ୍ୱାଧୀନତା କାଳରେ ସେ ଅନେକ ଜାତୀୟତାବୋଧ ସଙ୍ଗୀତ ରଚନା କରିଥିଲେ, ଯାହା ସେସମୟରେ ଯୁବସମାଜ ମଧ୍ୟରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରିପାରୁଥିଲା । ୧୯୫୩…

ନରହନ୍ତା ଦନ୍ତାକୁ ଧରିବା ଲାଗି ଜାରି ରହିଛି ଅଭିଯାନ

ପିପିଲି: ପିପିଲିରେ ଦନ୍ତା ହାତୀ ଆତଙ୍କ ଖେଳାଇଥିବା ବେଳେ ତାକୁ ଧରିବା ଲାଗି ପୋଲିସ ସହ ମିଶି ବନ ବିଭାଗ ଅଧିକାରୀମାନେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଗତ ରବିବାର ଦିନ ଏହି ଦନ୍ତା ଆକ୍ରମଣରେ ପିପିଲିରେ ପ୍ରାୟ ୪ ଜଣ ବ୍ୟଙ୍କିର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ…

ଯୁକ୍ତ ୨ ପରୀକ୍ଷା: ୨୪ ଘଣ୍ଟାରେ ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୭ ତାରିଖରୁ ରାଜ୍ୟର ଆରମ୍ଭ ହେବାକୁ ଯାଉଛି +୨ପରୀକ୍ଷା। ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକୁ ସିସିଟିଭି କ୍ୟାମେରା ଲଗାଇବା ନିମନ୍ତେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେବା ପରେ ମଧ୍ୟ ପରୀକ୍ଷା କେନ୍ଦ୍ର ଗୁଡିକ ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି…

ଓଡିଶା ମ୍ୟାଟ୍ରିକ ପରୀକ୍ଷା: ଢେଙ୍କାନାଳ ସ୍କୁଲରେ ୧୪୪ ଧାରା ଲାଗୁ

ଢେଙ୍କାନାଳ: ମ୍ୟାଟ୍ରିକ୍ ପରୀକ୍ଷାରେ କପି ରୋକିବାକୁ ଯାଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପରଜଙ୍ଗ ଥାନା ଅନ୍ତର୍ଗତ ବିରିବୋଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଲଗାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଗତ ଶନିବାର ଦିନ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ସମୟରେ କିଛି ଅଭିଭାବକ…

ନିର୍ଭୟା ମାମଲା: ଫାଶୀ ଟାଳିବା ପାଇଁ ଏହି ଯୋଜନା କରିଥିଲା ଦୋଷୀ ବିନୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀରେ ଚଢ଼ାଇବା ପାଇଁ ତୃତୀୟ ଡେଥ୍‌ ୱାରେଣ୍ଟ୍‌ ମାର୍ଚ ୩ରେ କାର୍ଯ୍ୟକାରୀ ହେବା ନେଇ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫାଶୀରୁ ଖସି ଯିବା ପାଇଁ ଆଇନଗତ ବିଭିନ୍ନ ବିକଳ୍ପ ଆପଣାଇ ସାରିଛନ୍ତି ସମସ୍ତ ଦୋଷୀ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତ ସୂଚୀନୁଯାୟୀ, ଟ୍ରମ୍ପ ଦିନ ୧୧ଟା ୪୦ମି.ରେ ଅହମ୍ମଦାବାଦରେ ଆସି ପହଞ୍ଚିବେ । ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ…

ପାଳଗଦାରେ ନିଆଁ ଲାଗିବା ଘଟଣା: ଆଉ ଜଣେ ଶିଶୁର ମୃତ

କଟକ: କଟକ ଜିଲ୍ଲା ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଗତକାଲି ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଶିଶୁର ମୃତ୍ୟୁ ଘଟିଛି । ଉକ୍ତ ଅଞ୍ଚଳରେ ଗତକାଲି ପାଳଗଦାରେ କିଛି ପିଲାମାନେ ଖେଳୁଥିବା ବେଳେ କୌଣସି କାରଣବଶତଃ ସେଠାରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ପାଳଗଦାରେ…

ଦୁଇ ଦିନିଆ ଭାରତ ଗସ୍ତରେ ଡୋନାଲ ଟ୍ରମ୍ପ: ସାଥିରେ ଆସୁଛନ୍ତି ଝିଅ, ଜ୍ବାଇଁ ଓ ପତ୍ନୀ

ଅହମଦାବାଦ୍: ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ସୋମବାର ଟ୍ରମ୍ପ ଗୁଜୁରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିିବେ। ଭାରତ…

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟରେ ଭାରତ କିୱିଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଟେଷ୍ଟକୁ ୧୦ ୱିକେଟରେ ଜିତି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।ୱେଲିଂଟନ:…