Latest Odisha News

BREAKING NEWS

ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା; ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କେନ୍ଦୁଝର: ଓଡ଼ିଶା କଂଗ୍ରେସ ସଂଗଠକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ହ୍ବାଟସ୍ ଆପ୍ ଜରିଆରେ ଜୟଦେବ ଜେନାଙ୍କୁ ହତ୍ୟାଧମକ ମିଳିଥିଲା । ଅଭିଯୁକ୍ତଙ୍କୁ ଗିରଫ ସହ ନିଜ ସୁରକ୍ଷା ଦାବି କରିଥିଲେ ଜୟଦେବ । ଗତ ୯ ତାରିଖ…

ଆସାମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା, ପଦ୍ମ ଛାଡି ହାତ ଧରିଲେ ଏହି ପ୍ରଭାବଶାଳୀ ନେତା

ଗୌହାଟୀ: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ହିମନ୍ତ ବିଶ୍ୱ ଶର୍ମା ସରକାରରେ ପୂର୍ବତନ କ୍ରୀଡା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ନନ୍ଦିତା ଗାର୍ଲୋସା ରବିବାର ଦିନ ଆନୁଷ୍ଠାନିକ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ବିଜେପି ଦ୍ୱାରା ଟିକେଟ୍ ମନା କରାଯିବା…

ପୁରୀ ବସଷ୍ଟାଣ୍ଡରେ ବଡଧରଣର ଅଗ୍ନିକାଣ୍ଡ

ପୁରୀ: ପୁରୀ ବସଷ୍ଟାଣ୍ଡରେ ଥିବା ଏକ ଘରୋଇ ବସରେ ବଡଧରଣର ଅଗ୍ନିକାଣ୍ଡ। ଗତକାଲି (ରବିବାର) ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା। କୌଣସି କାରଣରୁ ଏକ ଘରୋଇ ବସରେ ନିଆଁ ଲାଗିଯିବାରୁ ବସର ଅନେକ ଅଂଶ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ତିନୋଟି ଦମକଳ ଗାଡି…

ଆଜିଠୁ ମହଙ୍ଗା ହେବ ଘରୋଇ ବିମାନ ଯାତ୍ରା ଭଡ଼ା

ନୂଆଦିଲ୍ଲୀ/ମୁମ୍ବାଇ: ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ 'କ୍ୟାପିଂ' ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘରୋଇ ବିମାନ ଯାତ୍ରାର ଅସ୍ଥାୟୀ ଭଡ଼ା ସୀମା ଉଠାଇବାକୁ ନିଷ୍ପତ୍ତି…

ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟଙ୍କ ପାଇଁ ଆଡଭାଇଜାରି ଜାରି

ୱାଶିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପରିସର ଦିନକୁ ଦିନ ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଚେତାବନୀ ପରେ ଇରାନ ମଧ୍ୟ ପ୍ରତିଶୋଧ ନେବାକୁ ଧମକ ଦେଇଛି। ଏହି ସମୟରେ ଆମେରିକାର ବୈଦେଶିକ ବିଭାଗର କନସୁଲାର ବ୍ୟାପାର ବିଭାଗ ସୋସିଆଲ…

ଓଡ଼ିଶାର ୩୪ ଖଣି ହେବ ନିଲାମ, ତାଲିକାରେ ଅଛି ସୁନା ଖଣି

ଭୁବନେଶ୍ବର: ଓଡ଼ିଶା ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ ପାଇଁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି, ୯ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ସମ୍ପତ୍ତି ସମେତ ୩୪ଟି ଖଣିକୁ ନେଇ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗାମୀ ଦିନରେ ରାଜ୍ୟରେ ଏହି ୩୪ଟି ଖଣି ନିଲାମ…

ସମ୍ବଲପୁର ସର୍କଲ୍ ଜେଲରେ ପୋଲିସର ବଡ଼ ଧରଣର ରେଡ୍

ସମ୍ବଲପୁର: ସମ୍ବଲପୁର ସର୍କଲ୍ ଜେଲରେ ପୋଲିସ୍ ପକ୍ଷରୁ ବଡ଼ ଧରଣର ରେଡ୍ କରାଯାଇଛି। ବରିଷ୍ଟ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ଚଢ଼ାଉ। ଆଜି ସକାଳୁ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯାଇଛି । ଜେଲ୍ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ସଂକଟ: ମୋଦିଙ୍କ ଆକ୍ସନ ପ୍ଲାନ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆଲର୍ଟ ମୋଡରେ କେନ୍ଦ୍ର ସରକାର। ଦେଶରେ ଗ୍ୟାସ୍ ଓ ଶକ୍ତି ସଙ୍କଟର ମୁକାବିଲା ପାଇଁ ବଡ଼ ଆକ୍ସନ ପ୍ଲାନ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଶକ୍ତି, ପେଟ୍ରୋଲିୟମ୍, ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ସମୀକ୍ଷା…

କଟକ ଏସ୍‌ସିବି ମେଡିକାଲ୍‌ କଲେଜରେ ବଡ଼ ପରିବର୍ତ୍ତନ, ବଦଳିଲେ କଲେଜ ଡିନ୍ ଓ ସୁପରିଟେଣ୍ଡେଣ୍ଟ

ଭୁବନେଶ୍ବର: କଟକ ଏସସିବି ମେଡ଼ିକାଲରେ ବଡ଼ ପରିବର୍ତ୍ତନ । ବଦଳିଲେ ଏସସିବି ମେଡ଼ିକାଲ କଲେଜ ଡିନ୍ ଓ ସୁପରିଟେଣ୍ଡେଣ୍ଟ। ପ୍ରତିଭା ପଣ୍ଡା ଏସସିବି ଡିନ୍ ଓ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ବାରିପଦା ମେଡିକାଲ୍‌ କଲେଜର ଡିନ୍‌ ଓ ପ୍ରିନ୍ସିପାଲ୍ ଥିଲେ ପ୍ରତିଭା ପଣ୍ଡା। ଲୁସି ଦାସଙ୍କ…

ରାଜ୍ୟରେ କାଳବୈଶାଖୀ ବର୍ଷା, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗର ମିଜାଜ। କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି। ଏହାପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସମ୍ଭାବନା। ମାର୍ଚ୍ଚ ଶେଷ ସପ୍ତାହରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ…