Latest Odisha News

BREAKING NEWS

ବାକି ୨ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ସାମିଲ ହେଲେ ଏହି ଷ୍ଟାର ଅଲରାଉଣ୍ଡର

ବେଙ୍ଗାଲୁର: ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଟିମ ଇଣ୍ଡିଆ ବାକି ୨ଟି ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରବିବାର ବିସିସିଆଇ ଏହି ୨ଟି ମ୍ୟାଚ ପାଇଁ ଦଳ ଘୋଷଣା କରିଛି । ଚୂଡାନ୍ତ ଦଳୋ ବିଶେଷ ପରିବର୍ତନ ହୋଇ ନ ଥିଲେ ମଧ୍ୟ ଷ୍ଟାର ଅଲରାଉଣ୍ଡର ୱାଶିଂଟନ…

ରେକର୍ଡ; କିସ୍‍ର ୧୫ ଛାତ୍ରଛାତ୍ରୀ ଓସିଏସ୍‍ ପାଇଲେ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା (ଓସିଏସ୍‍)ରେ କିସ୍‍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍‍ ପାଇବା ଓଡ଼ିଶାରେ ରେକର୍ଡ ବୋଲି…

ବିକଶିତ ହେବ ଜାତୀୟ ଜଳମାର୍ଗ-୫

ଭୁବନେଶ୍ୱର : ଜାତୀୟ ଜଳମାର୍ଗ-୫ ତାଳଚେରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢିବାକୁ ଯାଉଛି। ସେହିପରି ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ଉପରେ ଦୁଇ ଦିନିଆ…

ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଜମ୍ମୁ ଏବଂ କଶ୍ମୀର ୧୯୩ ରନରେ ଅଗ୍ରଣୀ

କଟକ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ ମୁକାବିଲାରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ବିପକ୍ଷରେ ଜମ୍ମୁ ଏବଂ କଶ୍ମୀର ୧୯୩ ରନର ଅଗ୍ରଣୀ ହାସଲ କରିଛି । ଷ୍ଟମ୍ପସ ଅପସାରଣ ବେଳକୁ ଜମ୍ମୁ ଏବଂ କଶ୍ମୀର ୪ ୱିକେଟ ହରାଇ ୧୯୫ ରନ ସଂଗ୍ରହ କରି ନେଇଛି । ଅବଦୁଲ ସମଦ ୭୦ ଓ ସାହିଲ ଲୋତ୍ରା ୨୧…

ପୁରୀରେ ହବିଷ୍ୟାଳୀ ମା’ଙ୍କୁ ଭେଟି ବ୍ରତ ସରଞ୍ଜାମ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ଆଦି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ…

ଆଶ୍ଚର୍ଯ୍ୟ: ୧୨ ବର୍ଷ ପରେ ମହିଳାଙ୍କ ପେଟରୁ ବାହାରିଲା କଇଁଚି

ଗ୍ୟାଙ୍ଗଟୋକ: ଡାକ୍ତରଙ୍କ ଅବହେଳା । ପେଟରେ ରହିଗଲା କଇଁଚି । ୧୨ ବର୍ଷପରେ ଅପରେସନ କରିବାରୁ ପେଟରେ କଇଁଚି ଥିବା ଜଣାପଡିଲା । ସିକ୍କିମରୁ ସାମ୍ନାକୁ ଆସିଛି ଏପରି ଏକ ଘଟଣା । ଜଣେ ମହିଳାଙ୍କ ପେଟ ଅପରେସନ୍ ହେବା ପରେ ପେଟରୁ କଇଁଚି ବାହାରିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ…

ଏହି ୫ଟି କାରଣ ଯୋଗୁ ହାରିଲା ଟିମ ଇଣ୍ଡିଆ

ବେଙ୍ଗାଲୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ୮ ୱିକେଟରେ ନ୍ୟୁଜିଲାଣ୍ଡ ନିକଟରେ ପରାଜିତ ହୋଇଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୬ ରନରେ ଅଲଆଉଟ ହୋଇ ଯାଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୪୦୨ ରନ କରିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୪୬୨ ରନ କରି…

ଅଧିକ ଶିଶୁ ଜନ୍ମ କର; ଜନତାଙ୍କୁ କାହିଁକି ଏଭଳି ଅପିଲ୍ କଲେ ଚନ୍ଦ୍ରବାବୁ ନାଇଡୁ

ହାଇଦ୍ରାବାଦ: ଅଧିକ ଶିଶୁ ଜନ୍ମ କର। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଲୋକମାନେ ଅଧିକରୁ ଅଧିକ ଶିଶୁ ଜନ୍ମ କରିବା ଉଚିତ୍। ଏହି ଅଞ୍ଚଳରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯାହା…

ଆଇଓସିଏଲ ପାଇପ ଲାଇନରୁ ଲିକ୍ ହେଲା ତେଲ

ପାରାଦୀପ: ଆଇଓସିଏଲ ପାଇପଲାଇନରୁ ତେଲ ଲିକ୍ ହୋଇଛି। ଏହି ଘଟଣା ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଦେଖିବାକୁ ମିଳିଛି।  ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଅଣ୍ଡରଗ୍ରାଉଣ୍ଡ ପାଇପରୁ ହଜାର ହଜାର ଲିଟର ତେଲ ଲିକ୍ ହେଉଥିବା ଜଣାପଡ଼ିଛି । ଏହି ଅଶୋଧିତ ତୈଳ ମାଟିରେ ମିଶିଥିବାର…

ବିଗିଡିବାରେ ଲାଗିଛି ଯମୁନା ଅବସ୍ଥା, କାହିଁକି ପ୍ରତିବର୍ଷ ଦେଖାଯାଏ ଏପରି ବିଷାକ୍ତ ଫେଣ

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ବିଷାକ୍ତ ହେବାରେ ଲାଗିଛି ଯମୁନା । ଯମୁନା ନଦୀରେ ଧଳା ଚାଦର। ଖଣ୍ଡ ଖଣ୍ଡ ହୋଇ ଭାସୁଛି ବିଶାକ୍ତ ଫେଣ। ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହିତ ଯମୁନା ନଦୀ ମଧ୍ୟ ଦୂଷିତ ହେବାରେ ଲାଗିଛି। ଏବେ ଯମୁନା ନଦୀର ପାଣିରେ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ପ୍ରତି ବର୍ଷ…