Latest Odisha News

BREAKING NEWS

ଶାରଦୀୟ ନବରାତ୍ରୀ କେବେଠୁ ଆରମ୍ଭ? ଜାଣନ୍ତୁ ଘଟ ସ୍ଥାପନାର ଶୁଭ ମୁହୁର୍ତ୍ତ..

ଭୁବନେଶ୍ବର: ଶରତ ଋତୁର ଆଶ୍ବିନ ମାସରେ ସର୍ବମଙ୍ଗଳ କାମନା କରି ଧରାପୃଷ୍ଠ କୁ ଓହ୍ଲାଇଥାନ୍ତି ଜଗତଜନନୀ ମା’ ଦୁର୍ଗା । ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ଶାରଦୀୟ ଦଶହରାରେ ଉତ୍ସବମୁଖର ହୋଇପଡ଼େ ସମଗ୍ର ଭାରତବର୍ଷ । ତେବେ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ଠାରୁ ନବମୀ…

୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ 

ଭୁବନେଶ୍ୱର: ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ। ଏଥିପାଇଁ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ରେ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ…

ଉତ୍କଳ ସାହିତ୍ୟ ସମାଜ ସମ୍ମାନ: କଥାଶିଳ୍ପୀ ଶାନ୍ତନୁ ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’

କଟକ: ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ। ବିଚାରକମାନଙ୍କ ଚୂଡ଼ାନ୍ତ ରାୟ ଅନୁଷ୍ଠାନର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ…

ଦୁଲୀପ ଟ୍ରଫି: ଦ୍ୱିତୀୟ ରାଉଣ୍ଡ ପାଇଁ ଘୋଷଣା ହେଲା ଟିମ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି ୨୦୨୪ ଖେଳୁଥିବା ଟିମଗୁଡିକ ମଧ୍ୟରୁ କେତେଜଣ ଖେଳାଳି ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଫଳରେ ଦ୍ୱିତୀୟ ରାଉଣ୍ଡ ପାଇଁ ମଙ୍ଗଳବାର ୪ଟି ଟିମରେ କେତେକ ପରିବର୍ତନ କରାଯାଇଛି । ୧୨ ସେପ୍ଟମ୍ବରରୁ ଅନନ୍ତପୁରରେ ଏହି ପର୍ଯ୍ୟାୟର…

ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?, କେଜ୍ରିଓ୍ବାଲଙ୍କ ବରଖାସ୍ତ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ବରଖାସ୍ତ ହେବେ କି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ? ଏହାକୁ ନେଇ ଏବେ ଉଠୁଛି ପଡୁଛି ରାଜଧାନୀ ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବହୁଦିନ ହେବ ଜେଲରେ ରହିବା ପରେ ଏବେ ଦିଲ୍ଲୀ ଶାସନ ରାଷ୍ଟ୍ରପତିଙ୍କ ହାତକୁ ଯିବା ଏକ…

‘ଦିଲ୍ଲୀରେ ରାଷ୍ଟ୍ରପତି ଶାସନ କରିବାକୁ ଚାହୁଁଛି ବିଜେପି’

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୀର୍ଘ ଦିନ ଧରି ଦିଲ୍ଲୀ ମଦ ଦୁର୍ନୀତି ଓ ଟଙ୍କା ହେରଫେର ମାମଲାରେ ଜେଲରେ ଅଛନ୍ତି । ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀ କହିଛନ୍ତି ଯେ, ଦିଲ୍ଲୀରେ କେଜ୍ରିୱାଲଙ୍କ ସରକାରକୁ ହଟାଇବା ଏବଂ ରାଷ୍ଟ୍ରପତିଙ୍କ ଶାସନ…

ଭୁଶୁଡିଲା ବ୍ରିଜ, ଦେଖୁଦେଖୁ ଭାସିଗଲା ବହୁ ଗାଡି

ଭିଏତନାମ: ସୁପର ଟାଇଫୁନ ୟାଗି ଗତ ଶନିବାର ଭିଏତନାମରେ ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବର୍ଷା ହୋଇଛି। ଯାହାର ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଛି। ଏଥିରୁ ବାଦ ପଡିନି ବ୍ରିଜ। ଲାମ ଥାଓ ଓ ତାମ ନଙ୍ଗ ଜିଲ୍ଲାକୁ ସଂଯୋଗ କରୁଥିବା ଫୋଙ୍ଗ ଚାଉ ବ୍ରିଜ୍ ଦେଖୁଦେଖୁ ହଠାତ୍ ଭୁଶୁଡ଼ି ପଡୁଛି। ଯାହା…

ବର୍ଷା ପ୍ରଭାବରେ କ୍ଷୟକ୍ଷତି, ମୁକାବିଲା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି ।…

କେବେ ଭାବିଛନ୍ତି କି ବୃକ୍ଷ ଶାଖାରେ ଶୋଇବା ସମୟରେ ପକ୍ଷୀମାନେ ତଳେ ପଡ଼ନ୍ତି ନାହିଁ କାହିଁକି…

ନୂଆଦିଲ୍ଲୀ: ଦୁନିଆରେ ଅନେକ ଜିନିଷ ଅଛି ଯାହା ଆମକୁ ଆକର୍ଷିତ କରିଥାଏ l ସେଥିମଧ୍ୟରୁ ଗଛ ଉପରେ ବସିଥିବା ପକ୍ଷୀ ହେଉଛି ଗୋଟେ l ଯଦି କୌଣସି ବ୍ୟକ୍ତି ଗଛର ଶାଖା ଉପରେ ଶୋଇଥାଏ, ତେବେ ତାକୁ ଖସି ପଡ଼ିବାର ଭୟ ରହିଥାଏ l ବେଳେବେଳେ ସମୟ ଏମିତି ଥାଏ ଯେ ଗଛ ଉପରେ ବସିଥିବା ସାଧାରଣ ମାଙ୍କଡ ବି…

ଜିଏସଟି ହ୍ରାସ ପରେ ସ୍ନାକ୍ସ ସାମଗ୍ରୀର ବଢୁଛି ଶେୟାର

ନୂଆଦିଲ୍ଲୀ: ସ୍ନାକ୍ସ ଉତ୍ପାଦନକାରୀ କମ୍ପାନୀଗୁଡ଼ିକର ସେୟାର ୮ ପ୍ରତିଶତ ଯାଏଁ ବୃଦ୍ଧି ପାଇଥିବାକୁ ଦେଖିବାକୁ ମିଳିଛି। ସୋମବାର ଜିଏସଟି ପରିଷଦର ୫୪ ତମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ନାକ୍ସ ସାମଗ୍ରୀ ଉପରେ ଥିବା ୧୮% ଜିଏସଟିକୁ ୧୨% କରାଯାଇଛି। ଯାହାଫଳରେ ମଙ୍ଗଳବାର ଦିନ…