Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଖୁବ ଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଡିସେମ୍ବର ୨୦ରେ ଏ ନେଇ ଦଳ ଘୋଷଣା କରାଯିବ । ବିିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଉଭୟ ଟି୨୦ ବିଶ୍ୱକପ ଓ ନ୍ୟୁଜିଲାଣ୍ଡ ପାଇଁ ଦଳ ଘୋଷଣା ହେବ ।…

ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ଆସିବେ ପରଦାକୁ

ମୁମ୍ବାଇ: ଅମୀର ଖାଁ ଅଭିନୀତ ଓ ରାଜକୁମାର ହିରାନୀ ନିର୍ଦ୍ଦେଶିତ ଥ୍ରୀ ଇଡିଏଟ୍ସର ସୀକ୍ୱେଲକୁ ନେଇ ବେଶ କିଛି ଦିନ ହେବ ଖବର ପ୍ରକାଶ ପାଇ ଆସୁଛି । ନୂତନ ରିପୋର୍ଟ ଅନୁସାରେ ଫିଲ୍ମମେକର୍ସ ଏଥର ଥ୍ରୀ ନୁହେଁ ୪ ଇଡିଏଟ୍ସ ପରଦାକୁ ଆଣିବା ପାଇଁ ଉଦ୍ୟମ କରିଛନ୍ତି । ଏହାର ସ୍କ୍ରିପ୍ଟ ଚୂଡାନ୍ତ…

prevent illegal paddy movement: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ହେବ ଚେକ୍ ପୋଷ୍ଟ

ମୟୂରଭଞ୍ଜ: ମୟୂରଭଞ୍ଜ ସୀମାରେ ଧାନ ଚୋରି ରୋକିବାକୁ ଚେକ୍ ପୋଷ୍ଟ ହେବ । ସୀମାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । ଧାନର ବେଆଇନ ପରିବହନ ରୋକିବାକୁ ସୀମାକୁ ସିଲ୍ କରାଯାଇଥିବା ଉକ୍ତ ଚିଠିରେ ଲେଖାଯାଇଛି । ସୂଚନାଥାଉକି, ବର୍ତ୍ତମାନ ୨୦୨୫-୨୬ ବର୍ଷ…

ଆହାର କେନ୍ଦ୍ରରେ ଖାଇବା ସହ ଗୁଣବତ୍ତା ତଦାରଖ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

କୋରାପୁଟ: କୋରାପୁଟ ସୁନାବେଡ଼ା ଗସ୍ତରେ ଯାଇ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଆହାର କେନ୍ଦ୍ରରେ ଭୋଜନ କଲେ ନଗର ଉନ୍ନୟନ ମନ୍ତ୍ରୀ । ଆହାର କେନ୍ଦ୍ରରେ ଖାଦ୍ୟର ଗୁଣବତ୍ତାକୁ ନିଜେ ତଦାରଖ କରିବା ସହିତ ଖାଦ୍ୟର ଶୁଷମତା ଏବଂ ସ୍ବାଦକୁ ପରଖିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆହାର…

ଆଶେସ ସିରିଜ: ହେଡଙ୍କ ଶତକ,ବିପଦରେ ଇଂଲଣ୍ଡ

ଆଡିଲେଡ: ଚଳିତ ଇଂଲଣ୍ଡ ବିପକ୍ଷ ଆଶେସ ସିରିଜରେ ଟ୍ରେଭିସ ହେଡଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ରହିଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୪ ୱିକେଟ ବିନିମୟରେ ୨୭୧ ରନ ସଂଗ୍ରହ କରି ୩୫୬ ରନର ଅଗ୍ରଣୀ ହାସଲ କରି ନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ହେଡ ୧୪୨…

ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ର ବୃତ୍ତି ଅର୍ଥ ହଡପ, ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଖୋର୍ଦ୍ଧା: ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ଅଭିଯୋଗରେ ୧୪୯ ଛାତ୍ରଛାତ୍ରୀ ଓ ୭ଟି ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଏହି ଛାତ୍ରଛାତ୍ରୀ ମାନେ ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର…

BJP MLA :ପ୍ରତିଶ୍ରୁତି ପୂରଣ କରିବା ପରେ ୪ବର୍ଷ ପରେ ଚୁଟି କାଟିଲେ ବିଜେପି ବିଧାୟକ

ମହାରାଷ୍ଟ୍ର: ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ନିଜ କେଶ କାଟିବେ ନାହିଁ । ୪ ବର୍ଷ ତଳେ ନେଇଥିଲେ ଶପଥ ଆଜି କଲେ ଫଳପ୍ରଦ। ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ବହୁ ଧୁମଧାମର ସହିତ…

Encounter: ଗୁଳି ବିନିମୟ ଜାରି; ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଥିଲା ୫ ଲକ୍ଷ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ନାମ ACM ଫଗନୁ ମାଡଭି ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।…

Bharti singh: ପୁଣି ଥରେ ମା’ ହେଲେ କମେଡି କୁଇନ୍ ଭାରତୀ ସିଂହ, ସୁଟିଂ ସେଟରୁ ଗଲେ ହସ୍ପିଟାଲ…

ମୁମ୍ବାଇ: ଘରେ ଘରେ ପରିଚିତ ଥିବା କମେଡି କୁଇନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କମେଡି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ, ଲେଖକ-ହୋଷ୍ଟ ହର୍ଷ ଲିମ୍ବାଚିୟାଙ୍କ ଦ୍ୱାରଦେଶରେ ପୁଣି ଥରେ ଖୁସି ଆସି ପହଞ୍ଚିଛି। ଏହି ଦମ୍ପତି ସେମାନଙ୍କର…

ସାଇବର କ୍ରାଇମ୍‌ର ଶିକାର ହେଲେ ଡାକ୍ତରାଣୀ, ଠକି ନେଲେ ୧୨ ଲକ୍ଷ ଟଙ୍କା

ରାୟଗଡା: ସାଇବର କ୍ରାଇମ୍ ହୋଇଛନ୍ତି ଜଣେ ଡାକ୍ତରାଣୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଠକେଇର ଶିକାର ହୋଇଥିବା ଡାକ୍ତରାଣୀ ଜଣକ ହେଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ଏନେଇ ସେ ଟାଉନ୍…