Latest Odisha News

BREAKING NEWS

ବରଗଡର ୩ ଜେଲରେ ଚଢ଼ାଉ; ମିଳିଲା ବିଡି, ଭାଙ୍ଗ…

ବରଗଡ଼: ବରଗଡ଼ ଜିଲ୍ଲାର ତିନୋଟି ଜେଲରେ ରବିବାର ସକାଳେ ଅତର୍କିତ ଚଢାଉ କରାଯାଇଥିଲା। ଏହି ସମୟରେ ଅନେକ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି। ଜିଲ୍ଲା ଜେଲରେ ବରଗଡ଼ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଏସଡିପିଓଙ୍କ ତତ୍ତ୍ୱାବଧାନରେ ପଦମପୁର ଉପ-କାରାଗାର ଏବଂ…

‘ଅଲ୍ ଇଣ୍ଡିଆ ଟପର୍ ଆୱାର୍ଡ ୨୦୨୫’; ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ର ସମ୍ମାନିତ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଦିନ ନୂଆଦିଲ୍ଲୀରେ ଆୟୋଜିତ ଚତୁର୍ଥ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଓଡ଼ିଶାର ଦୁଇ ସରକାରୀ ଆଇଟିଆଇ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଏକ ପୋଷ୍ଟ…

ବିଷାକ୍ତ କଫ୍ ସିରପରେ ଶିଶୁ ମୃତ୍ୟୁ ଘଟଣା; ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଗଷ୍ଟ ଶେଷ ପରଠାରୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରାଜ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ୯ ଶିଶୁଙ୍କ ମୃତ୍ୟୁ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପଛରେ ବିଷାକ୍ତ କଫ୍ ସିରପ୍ ଦାୟୀ କି ନାହିଁ ସେନେଇ ତଦନ୍ତ କରିବେ କର୍ତୁପକ୍ଷ। ଔଷଧର…

ଦାନା ବାନ୍ଧିଲାଣି ଆଉଏକ ଲଘୁଚାପ: ୧୦ରୁ ପୁଣି ବର୍ଷା, ଆଗାମୀ ୨୪ ଘଣ୍ଟା ପାଇଁ ୨୦ ଜିଲ୍ଲାକୁ ଓ୍ବାର୍ଣ୍ଣିଂ…

ଭୁବନେଶ୍ବର: ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । ଅନ୍ୟପଟେ, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଶିକ୍ଷାନୁଷ୍ଠାନ ନିକଟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି ନେଇ ବିଶ୍ଳେଷଣ କରିବେ ସରକାର

ଭୁବନେଶ୍ବର: ସରକାରଙ୍କୁ ଘାରିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଚିନ୍ତା । ରାଜ୍ୟର ସମସ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳ ନିକଟରେ ଥିବା ଶିକ୍ଷାନୁଷ୍ଠାନର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ସରକାର ନୂଆ ଯୋଜନା କରୁଛନ୍ତି । ବିଶ୍ଳେଷଣ ସମ୍ଭାବ୍ୟ ବିପଦ ଚିହ୍ନଟ କରିବା ଏବଂ ବିପଦ ହ୍ରାସ…

ସିରିଜ୍ ଦୁର୍ଘଟଣାରେ ୩ ମୃତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥର କତାମେଟାରେ ସିରିଜ୍ ଦୁର୍ଘଟଣା । ଟ୍ରକ ପଛପଟେ ଦୁଇଚି ବାଇକ୍ ପିଟି ହୋଇଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ରାଜଧାନୀର ଦୁର୍ଗା ପୂଜା ମଣ୍ଡପଗୁଡ଼ିକରୁ ୨୦୦ ଟନରୁ ଅଧିକ ସଫା ହେଲା ଅଳିଆ

ଭୁବନେଶ୍ବର: ସରିଛି ଦଶହରା ପର୍ବ । ଏବେ ଆରମ୍ଭ ହୋଇଛି ସଫେଇ କାମ । ରାଜଧାନୀର ସବୁ ଦୁର୍ଗା ପୂଜା ମଣ୍ଡପ ଗୁଡିକରୁ ବିଏମସି କର୍ମଚାରୀମାନେ ୨୦୦ ଟନ୍‌ରୁ ଅଧିକ ଅଳିଆ ସଫା କରିଛନ୍ତି । ଏହା ସହିତ ଦୈନିକ ୮୦୦ ମେଟ୍ରିକ୍ ଟନ୍ ଶୁଖିଲା ଅଳିଆ ସଫା କରାଯାଉଛି । ଏନେଇ ବିଏମସି ଅଧିକାରୀମାନେ ଆଜି…

ଅକ୍ଟୋବର ୫ରୁ ବିଦେଶ ଗସ୍ତରେ ଯିବେ ବାଚସ୍ପତି

ଭୁବନେଶ୍ୱର: ବିଦେଶ ଗସ୍ତରେ ଯିବେ ବାଚସ୍ପତି ସୁରମା ପାଢ଼ୀ । ୬୮ତମ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ସମ୍ମିଳନୀ ଓ ନବମ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ଚଳିତ ମାସ ୫ରୁ ୧୯ ପର୍ଯ୍ୟନ୍ତ ବିଦେଶ ଗସ୍ତରେ ଯିବେ ବାଚସ୍ପତି । ଏନେଇ ନିଜେ ଗଣାମଧ୍ୟମରେ ସେ ସୂଚନା ଦେଇଛନ୍ତି ।…

ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା: ଆସନ୍ତାକାଲି କଟକ ବନ୍ଦ ଡାକରା

କଟକ: କଟକ ଦରଘା ବଜାରରେ ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା । ଆସନ୍ତାକାଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି । ଗଣ୍ଡଗୋଳ ଘଟଣା ପାଇଁ ପରିଷଦ ପକ୍ଷରୁ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି…

ଜୋରଦାର ଭୂକମ୍ପ ଝଟକାରେ ଥରିଲା ଜାପାନ; ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରେକର୍ଡ

ଟୋକିଓ: ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୦ ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିଲା । ତେବେ ଏହି ଭୂକମ୍ପରେ…