Latest Odisha News

BREAKING NEWS

ପାରାଦୀପରେ ୫ ଦିନିଆ ପଲ୍ଲିଶ୍ରୀ ମେଳା , ଏଥର ମେଳାରେ ୬୨ଟି ଷ୍ଟଲ୍

ପାରାଦୀପ : ପାରାଦୀପ ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ୫ ଦିନିଆ ପଲ୍ଲୀଶ୍ରୀ ମେଳା ।ଏହି ମେଳାରେ ଓଡିଶାର ୨୨ ଜିଲ୍ଲା ଓ ଓଡିଶା ବାହାରୁ ୭ ଟି ରାଜ୍ୟରେ ମୋଟ ୬୨ ଟି ଷ୍ଟଲ୍ ଦିଆଯାଇଛି ।ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି…

ଜାନୁୟାରୀ ୪ରେ ସୂର୍ଯ୍ୟର ନିକଟତର ହେବ ପୃଥିବୀ

ଭୁବନେଶ୍ୱର: ମଙ୍ଗଳବାର ୪ ତାରିଖ ମଧ୍ୟାହ୍ନ ୧୨ଟାରେ ସୂର୍ଯ୍ୟଙ୍କ ନିକଟତର ହେବ ପୃଥିବୀ । ୧୨ଟା୯ ମିନିଟରେ ସୂର୍ଯ୍ୟଠାରୁ ପୃଥିବୀ ୧୪ କୋଟି ୭୧ ଲକ୍ଷ ୫ହଜାର ୫୨ କିମି ଦୂରରେ ରହିବ । ୬ ମାସ ପୂର୍ବରୁ ଏହି ଦୂରତା ୧୫ କୋଟି ୨୦ ଲକ୍ଷ ୯୮ ହଜାର ୪୫୫ କିମି ଦୂରତାରେ ରହିଥିଲା । ବିଜ୍ଞାନ ଭାଷାରେ…

ଧାରାବାହିକ ଉପନ୍ୟାସ : ଦେବୀ (୩୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୩୩ ଚେତନାର କେଉଁ ଏକ କୋଣରେ ଲୁଚିଥାଏ ସ୍ମୃତି। ପବନ ପରି ହଠାତ୍ ଚାଲିଆସେ। ହସ ହୋଇ ଫୁଟେ,ଲୁହ ହୋଇ ଝରିଯାଏ। ପୁଣି କେବେ ବୁଲେଇ ନିଏ କଦମ୍ବ ବଣକୁ। ସେଠି ପବନ ହୋଇ ଶୁଣାଏ ବଂଶୀସ୍ଵନ। ତରଳ ତମସାର ଲୋମଶ ଛାତି ଭିତରେ ସେ ସ୍ମୃତି…

ପିକ୍ଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

ସୁବର୍ଣ୍ଣପୁର : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ନାରାୟଣପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏକ ହୀରୋ ଡିଲକ୍ସ ବାଇକ ଏବଂ ବୋଲର ପିକ ଅପ ଗାଡି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ…

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଦ୍ୱିତୀୟ ଦିନରେ ଚାଲିଛି ଉଚ୍ଛେଦ

ପୁରୀ: ଆଜି ଦ୍ୱିତୀୟ ଦିନରେ ପୁରୀରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକିୟା । ନୂଆ ବର୍ଷରୁ ପୁଣି ଥରେ ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା ପ୍ରାଚିର ନିର୍ମାଣ ପାଇଁ ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଗଡ଼ନ୍ତିଛକ ନିକଟ ୩ ମହଲା ବିଶିଷ୍ଟ ରଘୁନାଥ ଅତିଥି…

ଭୁବନେଶ୍ୱର ଡିସିପି ଅଫିସ୍ ସିଲ୍, ଏକାଧିକ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ଏକାଧିକ ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ବାଣୀବିହାର ସ୍ଥିତ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ । ବିଏମସି ପକ୍ଷରୁ ଅଫିସ୍ ସିଲ୍ କରାଯାଇଛି । ଡିସିପିଙ୍କ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଏନେଇ ବିଏମସି…

ବଢ଼ୁଛି ଓମିକ୍ରନ ସଂକ୍ରମଣ ସଂଖ୍ୟା, ସ୍ଥିତି ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଓମିକ୍ରନ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ବଢ଼ୁଛି ଚିନ୍ତା । ଏନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୫ଟାରେ ସମୀକ୍ଷା ବୈଠକ ବସିବ । ଭର୍ଚ୍ଚୁଆଲ ପ୍ଲାଟଫର୍ମ ଜରିଆରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ବୋଲି…

ବିଜେପି ସାଂସଦ ମନୋଜ ତିଓ୍ୱାରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା କବଳକୁ ପୁଣି ଥରେ ଆସିଲେଣି ରାଜନେତା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ବିଜେପି ସାଂସଦ ମନୋଜ ତିଓ୍ୱାରୀ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନୋଜ ତିଓ୍ୱାରୀ ।…

ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା

ବ୍ରହ୍ମପୁର: ବାଲ୍ୟ ବିବାହ ମୁକ୍ତ ହେଲା ଗଞ୍ଜାମ ଜିଲ୍ଲା । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏଥିପାଇଁ ପ୍ରମୁଖ ଭୁମିକା ଗ୍ରହଣ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାପାଳ କହିଛନ୍ତି, ‘ନିର୍ଭୟା କଢି’ ଯୋଜନାର…

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଉପରମୁହାଁ ହେଉଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୬୮୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଲେଶ୍ୱର ଜିଲ୍ଲାର । ୫୦ ବର୍ଷୀୟ ବ୍ୟକ୍ତି…