କୁଳାଙ୍ଗାର ଉବାଚ : ବର୍ଷାକୁ କରନ୍ତି ଈର୍ଷା
ବର୍ଷା ମୋର ପରା ପୁରୁଣା ପ୍ରେମିକା
ଏବେ ବି ମୁଁ ଭଲପାଏ ;
ଘରଣୀ ନାଁ ମୋ ସୂର୍ଯ୍ୟା ତେଣୁ ମୋତେ
ବର୍ଷାଋତୁ ହିଁ ଜଳାଏ !
ଭାରି ଭଲ ଲାଗେ ମୋତେ ବର୍ଷାରେ
ଭିଜି ଗାଇବାକୁ ଗୀତ ;
ଏ ବର୍ଷ ବନ୍ଦ ଯେଣୁ କରୋନା ସହିତ
ସିଏ ମିଳାଇଛି ହାତ ।
ନିଶାପାଣି ଅବା ବର୍ଷାର ପାଣିରେ…