Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରଭାବ; ଓଡ଼ିଶା ଛାଡିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ

ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସମୟରେ ଓଡ଼ିଶା ଛାଡିଛନ୍ତି ପାକିସ୍ତାନୀ ନାଗରିକ ୫୩ ବର୍ଷୀୟ ନଗମା ୟୁସୁଫ୍‌ ।

ନଗମା ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେ ରହି ଆସୁଥିଲେ । ବିବାହ ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରି ନ ଥିବାବେଳେ, ପରେ ଦୀର୍ଘମିଆଦି ଭିସା ପାଇଁ ଆବେଦନ କରିଥିଲେ ନଗମା । ହେଲେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭିସା ରଦ୍ଦ ହେବାରୁ ସେ ଭୁବନେଶ୍ୱର ଛାଡିଛନ୍ତି ।

୧୯୭୧ରେ ପାକିସ୍ତାନରେ ନଗମାଙ୍କ ଜନ୍ମ । ନଗମାଙ୍କ ପରିବାରର କିଛି ସଦସ୍ୟ ଦୁବାଇରେ କାମ କରୁଥିଲେ । ଦୁବାଇରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବିଜେବି ନଗରରେ ରହୁଥିବା ମହମ୍ମଦ ନିଜାରୁଦ୍ଦିନଙ୍କ ସହ ନଗମାଙ୍କ ପରିବାରର ଭଲ ସମ୍ପର୍କ ଥିଲା । ଏହାପରେ ନଗମା ୨୦୦୭ରେ ଦୁବାଇ ଆସିଥିଲେ । ସେଠାରେ ନିଜାରୁଦ୍ଦିନ ସହ ତାଙ୍କର ଦେଖା ହୋଇ ପ୍ରେମ ହୋଇଥିଲା । ଏହା ପରେ୨୦୦୮ରେ ଉଭୟଙ୍କ ବାହାଘର ହୋଇଥିଲା ।

Comments are closed.