ଭୁବନେଶ୍ଵର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟି ପରୀକ୍ଷାରେ ତ୍ରୁଟି ନେଇ ଅଭିଯୋଗ। ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କଲେ ଓପିଏସସି କର୍ତ୍ତୃପକ୍ଷ। ଓଏସଏସସିର ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପାଇଁ ପରୀକ୍ଷା ହୋଇଥିଲା।
ସୂଚନା ଅନୁଯାୟୀ ଆଜି OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ରହିଥିଲା। ପୂର୍ବାହ୍ନ ୯ରୁ ୧୨ଟା ଆନ୍ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନ୍ଥ୍ରୋପୋଲୋଜି ଦ୍ବିତୀୟ ପେପର୍ ପରୀକ୍ଷା ଥିଲା। ମାତ୍ର ପ୍ରଥମ ପେପର ଓ ଦ୍ବିତୀୟ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଓଲଟପାଲଟ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।
ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କଲେ ଓପିଏସସି କର୍ତ୍ତୃପକ୍ଷ। ତେବେ ପରୀକ୍ଷାର୍ଥୀ ମାନଙ୍କୁ ମେ ୪ ତାରିଖ ପୂର୍ବରୁ ଏହି ପରୀକ୍ଷାର ବିକଳ୍ପ ନେଇ ସୂଚନା ଦିଆଯିବ। ଇ-ମେଲ ଯୋଗେ ସୂଚନା ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.