ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମର ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଂଟରେ ଚାଲିଥିବା ଜାତୀୟ ଜୁନିୟର ଓ ସିନିୟର ମହିଳା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସର ତୃତୀୟ ଦିବସରେ ପାହେଲ ଶାହ ବାଜି ମାରିଛନ୍ତିି । ସେ ଜୁନିୟର ବ୍ୟକ୍ତିଗତ ଅଲରାଉଣ୍ଡ ବିଭାଗରେ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ମହାରାଷ୍ଟ୍ରର ପାହେଲ ୪୧.୩୬୬ ସ୍କୋର ସହ ଅନ୍ୟମାନଙ୍କୁ ପଛରେ ପକାଇ ଦେଇଥିଲେ । ପଶ୍ଚିମବଙ୍ଗର ପାରୋମିତା ବେରା କଡା ସଂଘର୍ଷ କରିଥିଲେ ମଧ୍ୟ ଶେଷରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ସେ ୪୧.୧୬୭ ସ୍କୋର କରିଥିଲେ ।
ପାରୋମିତାଙ୍କ ସାଥୀ ଖେଳାଳି ଶ୍ରେୟା ଘୋଷ ୪୦.୬୬୭ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ସିନିୟର ମହିଳା ଟିମ ଚାମ୍ପିୟନଶିପରେ ରେଲୱେ ସ୍ପୋର୍ଟ୍ସ ପ୍ରମୋଶନାଲ ବୋର୍ଡ ଓଭରାଲ ୧୩୦.୮୯୯ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଛି । ବେଙ୍ଗଲ (୧୨୪) ରୌପ୍ୟ ଓ ମହାରାଷ୍ଟ୍ର (୧୨୩.୧୬୬) ବ୍ରେଞ୍ଜ ପଦକ ହାସଲ କରିଛନ୍ତି । ଭାରତରେ ମହିଳା ଜିମ୍ନାଷ୍ଟିକ୍ସଙ୍କ ପ୍ରଦର୍ଶନ ପ୍ରଭାବିତ କରିଛି । ଏହି ଧାରା ରହିଲେ ଆଗକୁ ଜିମ୍ନାଷ୍ଟିକ୍ସରେ ଭାରତୀୟ ପ୍ରତିଯୋଗୀ ଦେଶର ନାମ କରିବେ ।