Latest Odisha News

ଫସିଲେ ଓଲିଉଡ଼ର ଏହି ଦୁଇ ସୁନ୍ଦରୀ ନାୟିକା; ହୀରାକୁଦରେ କରୁଥିଲେ ଭିଡ଼ିଓ ସୁଟିଂ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଓଲିଉଡର ୨ ଜଣ ନାୟିକାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ପ୍ରବେଶ କରିବା ସହ ଭିଡିଓ କରିବାନେଇ  ସମ୍ବଲପୁର ଏସପି କଅଁର ବିଶାଳ ସିଂହ ହୀରାକୁଦ ଏସଡିପିଓଙ୍କୁ ରିପୋର୍ଟ ମାଗିଛନ୍ତି ।

ଏଥିସହିତ ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାପାଇଁ ହୀରାକୁଦ ଏସଡିପିଓଙ୍କୁ କୁହାଯାଇଛି ।

“ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ କିଏ ସୋମନଙ୍କୁ ପ୍ରବେଶ ଲାଗି ଅନୁମତି ଦେଲା ଓ କିଭଳି ଭିଡିଓ ସୁଟିଂ କରାଗଲା, ସେନେଇ ଏଯାବତ୍ ସ୍ପଷ୍ଟ ହୋଇନାହିଁ । ମୁଁ ଆଜି ସନ୍ଧ୍ୟା ସୁଦ୍ଧା ଏହି ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାପାଇଁ ହୀରାକୁଦ ଏସଡିପିଓଙ୍କୁ କହିଛି । ରିପୋର୍ଟ ଆସିବା ପରେ ଯାଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି ଏସପି କହିଛନ୍ତି ।

https://youtu.be/R7ttHsmvtMo

ଓଲିଉଡ଼ ଅଭିନେତ୍ରୀ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ଲୋବିନା ନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ନିକଟ ଅତୀତରେ ହୀରାକୁଦ ଡ୍ୟାମ୍ ଯାଇଥିଲେ । ଏପରିକି ସେମାନେ ଡ୍ୟାମର ନିଷିଦ୍ଧାଞ୍ଚଳ ମଧ୍ୟରେ ଭିଡିଓ ସୁଟିଂ କରିଥିଲେ ।

ଉକ୍ତ ଭିଡିଓକୁ ଜଣେ ଅଭିନେତ୍ରୀ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଇନଷ୍ଟାଗ୍ରାମ’ରେ ଅପଲୋଡ୍ କରିଥିଲେ ।  ଏହି ଭିଡିଓ ଭାଇରାଲ ହେବାପରେ ଘଟଣାଟି ସର୍ବସମ୍ମୁଖକୁ ଆସିଥିଲା ।

Leave A Reply

Your email address will not be published.