Latest Odisha News

BREAKING NEWS

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , ‘ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି’ ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି ପ୍ରଦୀପ କୁମାର ପଣ୍ଡାଙ୍କ  ତତ୍ତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଭୀମ ଭୋଇଙ୍କ ଜୀବନ ତଥା ତାଙ୍କ ସାରସ୍ୱତ ସାଧନା ଏବଂ ମହିମା ଧର୍ମର ପ୍ରତିଷ୍ଠାର ବିଭିନ୍ନ ଦିଗ ଶିଳ୍ପୀମାନେ ତାଙ୍କ ଚିତ୍ରରେ ଫୁଟାଇ ଥିଲେ ।

ଏହି ଅବସରରେ ସଞ୍ଜୟ କୁମାର ସାହୁ , ମନୋଜ କୁମାର ଚୌଧୁରୀ , ବନ୍ଦନା ପଣ୍ଡା , ସୁଜାତା ବେହେରା , ପ୍ରେମଚାନ୍ଦ ରାଉତ , କୁଲଦୀପ ବର୍ମା ଓ ଯତୀନ କୁମାର ପାଢ଼ୀ ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.