Latest Odisha News

BREAKING NEWS

ପାକିସ୍ଥାନ-ଆଫଗାନିସ୍ଥାନ ମୁହାଁମୁହିଁ, ତୋରଖମ ନିକଟରେ ଗୁଳିଗୁଳା ବିନିମୟ; ବର୍ଡର ସିଲ

ଇସଲାମବାଦ:ପାକିସ୍ଥାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ତୋରଖମ ସୀମାରେ  ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ମଧ୍ୟରେ ଗୁଳିଗୁଳା ବିନିମୟ ବି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତୋରଖମ ସୀମାକୁ ସିଲ କରି ଦିଆଯାଇଛି ।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେଉଛନ୍ତି ।  ଏହା ପୂର୍ବରୁ ୨୦୨୩ ଫେବୃଆରୀରେ ତୋରଖମ ସୀମା ସିଲ ହୋଇଥିଲା । ତେବେ ଏହି ବିବାଦ ପାକିସ୍ଥାନ ଏବଂ ଆଫଗାନିସ୍ଥାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଫାଟ ଆସିବା ପରେ ହୋଇଥିଲା ।

ସୂଚନାଥାଉ କି, ଯେବେଠାରୁ ଆଫଗାନିସ୍ଥାନରେ ଯେବେଠାରୁ ତାଲିବାନମାନେ କ୍ଷମତାକୁ ଆସିଲେଣି ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖା ଦେଇଛି । ଗତବର୍ଷ ଏପ୍ରିଲରେ ପାକିସ୍ତାନ ସେନା ଆଫଗାନିସ୍ଥାନର ଖୋସ୍ତ ଏବଂ କୁନାରେ ଏୟାରଷ୍ଟ୍ରାଇକ କରି ତାଲିବାନର ୩୬ ଜଣଙ୍କୁ ମାରି ଦେଇଥିଲେ । ଅବଶ୍ୟ ପାକିସ୍ଥାନ ଏୟାରଷ୍ଟ୍ରାଇକ ଅଭିଯୋଗକୁ ଖଣ୍ଡନ କରିଥିଲା ।

ପାକିସ୍ଥାନ କହିଥିଲା, ଆଫଗାନିସ୍ଥାନ ଆତଙ୍କୀ ସୀମା ପାର କରି ଏପରି ଆକ୍ରମଣ କରୁଛନ୍ତି ।  ଏୟାର ଷ୍ଟ୍ରାଇକ ପରେ ତାଲିବାନ ପକ୍ଷରୁ କାବୁଲରେ ଥିବା ପାକିସ୍ଥାନୀ ରାଜଦୂତକୁ ଜବାବ ତଲବ କରାଯାଇଥିଲା ଏବଂ ଏପରି ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ କୁହାଯାଇଥିଲା । ଏହା ପରେ ପାକ ବିଦେଶ ମନ୍ତ୍ରୀ ଅମୀର ଖାନ ମୁତ୍ତାକୀ ଏକ ବୟାନ ଜାରି କରି ଏପରି ଆକ୍ରମଣ ବନ୍ଦ କରିବାକୁ କହିଥିଲେ ।

Leave A Reply

Your email address will not be published.