Latest Odisha News

BREAKING NEWS

ବଳାତ୍କାରୀଙ୍କୁ ମିଳିବ କଠୋର ଦଣ୍ଡ; ଇମ୍ରାନଙ୍କ କ୍ୟାବିନେଟରେ ନୂଆ ଆଇନକୁ ଅନୁମୋଦନ: ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ବଳାତ୍କାରର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳା ଏବଂ ଶିଶୁଙ୍କ ସହ ବଢୁଥିବା ଯୌନ ଅପରାଧର ମୁକାବିଲା ପାଇଁ ଫେଡେରାଲ୍ କ୍ୟାବିନେଟ୍ ଦୁଇଟି ବଳାତ୍କାର ବିରୋଧୀ ନିୟମକୁ ଅନୁମୋଦନ କରିଛି। ଏହି ନିୟମଗୁଡ଼ିକର ଉଦ୍ଦେଶ୍ୟ ହେଉଛି ବଳାତ୍କାରର ଯୌନ କ୍ଷମତା ହ୍ରାସ କରିବା ଏବଂ ସେମାନଙ୍କୁ ଫାଶୀ ଭଳି କଠୋର ଦଣ୍ଡରେ ଦଣ୍ଡିତ କରିବା। ରାସାୟନିକ ପଦ୍ଧତି ଦ୍ୱାରା ଯୌନ ଉତ୍ପୀଡ଼ନ ମାମଲାରେ ଶୀଘ୍ର ଶୁଣାଣି ପାଇଁ ଏହି ନିୟମ ପ୍ରଣୟନ କରାଯାଇଛି।

ସୂଚନା ଅନୁଯାୟୀ, ଏହି ଡ୍ରାଫ୍ଟରେ ପୋଲିସ୍ ବ୍ୟବସ୍ଥାରେ ମହିଳାଙ୍କ ଭୂମିକା ବୃଦ୍ଧି, ବଳାତ୍କାର ମାମଲାରେ ଶୀଘ୍ର ଶୁଣାଣି ଏବଂ ସାକ୍ଷୀଙ୍କ ସୁରକ୍ଷା ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଏହା ଏକ ଗମ୍ଭୀର ବିଷୟ ଏବଂ ଏହି ପ୍ରସଙ୍ଗରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ସେ କହିଛନ୍ତି, ଆମ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ପଡ଼ିବ।

Comments are closed.