Latest Odisha News

BREAKING NEWS

ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି !

ନୂଆଦିଲ୍ଲୀ: ଇରାନ ମହିଳା ଫୁଟବଲ ଟିମରେ ପୁରୁଷ ଖେଳାଳି ରହିଥିବା ନେଇ ଅଭିଯୋଗ ଆଣିଛି ଜୋର୍ଡାନ । ଇରାନ ଟିମର ଜଣେ ଖେଳାଳିଙ୍କ ବିରୁଦ୍ଧରେ ଏ ନେଇ ତଦନ୍ତ କରିବାକୁ ଏଏଫସି ନିକଟରେ ଜୋର୍ଡାନ ବିଧିବଦ୍ଧ ଭାବେ ଆବେଦନ କରିଛି । ନିକଟରେ ଜୋର୍ଡାନ ୪-୨ ଗୋଲରେ ଇରାନକୁ ହରାଇ ଏସିଆ କପ ପାଇଁ ଯୋଗ୍ୟତା ହାସଲ କରିଛି । ଗୋଲକିପର ଜୋରେହ କୌଡେହଙ୍କ ପ୍ରଦର୍ଶନ ନେଇ ଜୋର୍ଡାନ ସନ୍ଦେହ ବ୍ୟକ୍ତ କରିଛି ।

ଇରାନ ଟିମ ପକ୍ଷରୁ କୁହାଯାଇଛି ଲିଙ୍ଗ ନିରୂପଣର ଆବଶ୍ୟକତା ନାହିଁ, ସମସ୍ତ କାଗଜପତ୍ର ଆବଶ୍ୟକ ପଡିଲେ ଏଏଫସିକୁ ଯୋଗାଇ ଦିଆଯିବ । ପୂର୍ବରୁ ୨୦୧୪ରେ ଲିଙ୍ଗ ନିରୂପଣ ବେଳେ ମହିଳା ଟିମର ୪ ସଦସ୍ୟ ପୁରୁଷ ବୋଲି ଜଣା ପଡିଥିଲେ ।

Leave A Reply

Your email address will not be published.