Latest Odisha News

BREAKING NEWS

ପାକିସ୍ତାନ ନିର୍ବାଚନ ବେଳେ ଆତଙ୍କୀ ହମଲା, ୫ପୋଲିସ କର୍ମଚାରୀ ମୃତ

ଇସଲାମାବାଦ: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ଚାଲିଛି। ତେବେ ଅପରାହ୍ନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଖବର ମିଳିଛି। ଖାଇବର ପଖତୁନଖ୍ବାର ଡେରା ଇସମାଇଲ ଖାନ ଜିଲ୍ଲାର କୁଲାଚିରେ ପୋଲିସ ମୋବାଇଲ ଭ୍ୟାନକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପ୍ରଥମେ ଆଇଇଡି ବିସ୍ଫୋରଣ ଏବଂ ପରେ ଗୁଳି ଚଳାଇଥିବା ସୂଚନା ମିଳିଛି। ଏଥିରେ ନିର୍ବାଚନ ଡ୍ୟୁଟିରେ ଥିବା ୫ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

ପଖତୁନଖ୍ବାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ଆକ୍ରମଣକାରୀମାନେ ଅଧଘଣ୍ଟାରୁ ଅଧିକ ସମୟ ଧରି ଲଗାତାର ଗୁଳି ଚଳାଇଥିଲେ। ଆଇଇଡି ବିସ୍ଫୋରଣ ଦ୍ୱାରା ଗାଡିଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଗତକାଲି ବାଲୁଚିସ୍ତାନ ପ୍ରଦେଶରେ ଦୁଇଟି ବିସ୍ଫୋରଣରେ ମଧ୍ୟ ୩୦ଜଣଙ୍କର ମୃତ୍ୟୁ ଘଟିଛି।

ଆଜି ସକାଳ ୮ଟାରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏ ଚାଲିଥିଲା। ଏଥିରେ ବହୁ ସଂଖ୍ୟକ ଲୋକ ଭୋଟ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ଏହି ନିର୍ବାଚନରେ ସର୍ବବୃହତ ଦଳ ଭାବେ ଉଭା ହୋଇପାରେ, କାରଣ ଏଥିରେ ସେନାର ସମର୍ଥନ ରହିଛି। ଭୋଟ ଶେଷ ହେବା ପରେ ତୁରନ୍ତ ଭୋଟ ଗଣନା ଆରମ୍ଭ ହେବ ।

Leave A Reply

Your email address will not be published.