Latest Odisha News

BREAKING NEWS

ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ସୁନ୍ଦରଗଡ଼: ବଣାଇ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ । ୨୦ରୁ ଅଧିକ ହାତୀ କୋଇଡ଼ା ରେଞ୍ଜ ଅନ୍ତର୍ଗତ କାଦଡିହ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି । ଆଖାପାଖ ଗାଁରେ ତିନି ଦିନ ହେବ ଉପଦ୍ରବ ଚଳାଇଛନ୍ତି । ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀ । ପାଚିଲା ଧାନ କ୍ଷେତକୁ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ହାତୀଙ୍କୁ ଘଉଡ଼ାଉଛନ୍ତି । ଏତେ ସଂଖ୍ୟାରେ ହାତୀଙ୍କୁ ଦେଖି ସ୍ଥାନୀୟ ଲୋକ ବି ଆତଙ୍କିତ ହୋଇ ପଡିଛନ୍ତି ।

Leave A Reply

Your email address will not be published.