Latest Odisha News

ହଂକଂ କୁ ହରାଇଲା ପାକିସ୍ତାନ, ପୁଣି ଭାରତ ପାକିସ୍ତାନ ମୁକାବିଲା ହେବ ରବିବାର

ହଂକଂକୁ ୧୫୫ ରନରେ ହରାଇଛି ପାକିସ୍ତାନ । ଆଜି ଲିଗ ମ୍ୟାଚରେ ଜିତି ସୁପର ଫୋରକୁ ଯାଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ୧୯୩ ରନ କରିଥିଲା ।

ପାକିସ୍ତାନ ପକ୍ଷରୁ ରିଜଓ୍ବାନ ସର୍ବାଧିକ 78 ରନ କରିଥିଲେ । ଫକର ଜମାନ 53 ରନ କରିଥିଲେ । ଖୁସଦିଲ 15 ବଲରେ 35 ରନ କରି ପାକିସ୍ତାନକୁ ବଡ଼ ସ୍କୋରରେ ପହଁଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ ।

ଜବାବରେ ହଂକଂ ମାତ୍ର ୩୮ ରନ୍ କରି ଅଲଆଉଟ୍ ହୋଇଯାଇଛି। ପାକିସ୍ତାନର ବୋଲରଙ୍କ ଆଗରେ ହଂକଂର କୈାଣସି ବ୍ୟାଟସମ୍ୟାନ ତିଷ୍ଟି ପାରିନଥିଲେ । ପାକିସ୍ତାନ ଜିତିଥିବାରୁ ଆସନ୍ତା ରବିବାର ସଂଧ୍ୟାରେ  ଭାରତ-ପାକିସ୍ତାନ ଭିତରେ ସୁପର ଫୋର ମ୍ୟାଚ୍ ଖେଳାଯିବ ।

Leave A Reply

Your email address will not be published.