Latest Odisha News

BREAKING NEWS

କମିଲା ପାକିସ୍ତାନ ଟଙ୍କାର ମୂଲ୍ୟ

ପାକିସ୍ତାନ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା  ସବୁଠୁ ନିମ୍ନ ସ୍ତର ଅଟେ । ତେବେ କୁହାଯାଉଛି କି ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ ଏହି ପାକିସ୍ତାନୀ ଟଙ୍କାରେ ହ୍ରାସ ଘଟିଛି ।

ଏହି ହ୍ରାସର ଅନ୍ୟତମ କାରଣ ହେଉଛି ଯେ ପାକିସ୍ତାନ ଆଇଏମଏଫର ସର୍ତ୍ତ ଅନୁସାରେ ପଦକ୍ଷେପ ନେଇଛି । ଖୋଲା ବଜାର ମୂଲ୍ୟ ଅନୁଯାୟୀ ଏହାର ଟଙ୍କା ଉପରେ ପାକିସ୍ତାନ ସରକାରଙ୍କର ହସ୍ତକ୍ଷେପ ରହୁନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ରାଜକୋଷକୁ ଡଲାର ସହାୟତା ମିଳିବା ପାଇଁ ପାକିସ୍ତାନ ସରକାର ଏପରି କରିଥିବା କୁହାଯାଉଛି । ପୂର୍ବରୁ ବ୍ୟାଙ୍କ ଡଲାର ବିନିମୟ ପାଇଁ ସରକାରୀ ବ୍ୟାଙ୍କକୁ ଆସିବା ପରିବର୍ତ୍ତେ ଖୋଲା ବଜାରକୁ ଯାଉଥିଲା । ଯେଉଁଠାରେ ସେମାନଙ୍କୁ ଅଧିକ ମୂଲ୍ୟ ମିଳୁଥିଲା ।

ଯାହା ଫଳରେ ପାକିସ୍ତାନର ସରକାରୀ ରାଜକୋଷରେ ଡଲାର ହ୍ରାସ ହେବାର ଏହା ମଧ୍ୟ ଏକ ବଡ଼ କାରଣ । ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ମାତ୍ର ୪.୩୪ ବିଲିୟନ ଡଲାରରେ ରହିଛି । ଯାହା କିଛି ନଥିବା ସାଙ୍ଗରେ ସମାନ ବୋଲି କୁହାଯାଉଛି ।

Leave A Reply

Your email address will not be published.