Latest Odisha News

BREAKING NEWS

ଅନୁ କପୁର ଅସୁସ୍ଥ: ହସପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ଆଙ୍କର ଅନୁ କପୁର ଅସୁସ୍ଥ । ଗୁରୁବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ଅଜୟ ସ୍ୱରୂପ କହିଛନ୍ତି ।
୧୯୭୯ ମସିହାରେ ମଞ୍ଚ କଳାକାର ଭାବେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଅନୁ କପୁର । ପରେ ବଲିଉଡ଼ରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ ଜଣେ ଦକ୍ଷ ଅଭିନେତା ହେବା ସହିତ ଗାୟକ, ନିର୍ଦ୍ଦେଶକ, ରେଡିଓ ଜକି ଏବଂ ଟିଭି ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି । ୧୦୦ ରୁ ଅଧିକ ଚଳଚ୍ଚିତ୍ର ଏବଂ ସଂଖ୍ୟାଧିକ ଟିଭି ସିରିଏଲରେ କାମ ମଧ୍ୟ କରିଛନ୍ତି । ଏହାସହିତ ଅନେକ ଜାତୀୟ ପୁରସ୍କାର, ଫିଲ୍ମଫେୟାର ପୁରସ୍କାର ଏବଂ ଟିଭି ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି ।

Leave A Reply

Your email address will not be published.