Latest Odisha News

BREAKING NEWS

ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି

ନୂଆଦିଲ୍ଲୀ: ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି । ପାକିସ୍ତାନର ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ବିବାହ ହେବାକୁ ଯାଉଛି । ଉଭୟ ପରିବାର ନିକାହ ପାଇଁ ସହମତି ପ୍ରକାଶ କରିଛନ୍ତି । ଶୀଘ୍ର ଶାହିନ ଓ ଅକ୍ସାଙ୍କ ନିର୍ବନ୍ଧ ହେବାକୁ ଯାଉଛି । ଶାହିନଙ୍କ ପିତା ଅଜୟା ଖାନ ଏହାର ସୂଚନା ଦେଇଛନ୍ତି ।

ଶାହିନଙ୍କ ପିତା ଅୟାଜ ଖାନ ପାକିସ୍ତାନୀ ଗଣମାଧ୍ୟମକୁ କହିଛନ୍ତି, ଶୀଘ୍ର ତାଙ୍କ ପୁଅଙ୍କ ବିବାହ ଶାହିଦ ଆଫ୍ରିଦିଙ୍କ ଝିଅ ଅକ୍ସାଙ୍କ ସହ ହେବାକୁ ଯାଉଛି । ଅକ୍ସାଙ୍କ ପାଠପଢା ସମାପ୍ତ ହେବା ପରେ ଉଭୟଙ୍କ ନିକାହ ହେବ । ନିର୍ବନ୍ଧର ଦୁଇ ବର୍ଷ ଭିତରେ ଶାହିନ ଓ ଅକ୍ସାଙ୍କ ବିବାହ ହେବ । 

Leave A Reply

Your email address will not be published.