Latest Odisha News

BREAKING NEWS

କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେଇ ଅଧ୍ୟାପକ ଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଅଧ୍ୟାପକଙ୍କ ନାଁରେ ଅଭିଯୋଗ । କଲେଜରୁ ନେଇ ଘରେ ଛାଡ଼ି ଦେବାକୁ କହି ଅଧ୍ୟାପକ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଛନ୍ତି । ଏନେଇ ସମ୍ପୃକ୍ତ ଛାତ୍ରୀ ପୋଲିସର ଦ୍ୱାରସ୍ଥ ହୋଇଛି । ପୁରୀରେ ଗତ ଗୁରୁବାର ଏଭଳି ଘଟଣା ଘଟିଥିବା ବେଳେ ପୀଡ଼ିତା ରବିବାର ପୋଲିସର ଦ୍ୱାରସ୍ତ ହୋଇଛନ୍ତି ।

ପୁରୀ ବଳଙ୍ଗା ଥାନାରେ ହୋଇଥିବା ଅଭିଯୋଗ ପ୍ରକାରେ, କଲେଜରେ କ୍ଲାସ ସରିବା ପରେ ଛାତ୍ରୀ ଜଣଙ୍କ ଘରକୁ ବାହାରୁଥିଲେ । ଏହି ସମୟରେ ରାଜନୀତି ବିଜ୍ଞାନର ଜୈନିକ ଅଧ୍ୟାପକ ନିଜ ଗାଡ଼ିରେ ଛାତ୍ରୀଙ୍କୁ ଘରେ ଛାଡ଼ି ଦେବେ ବୋଲି କହିଥିଲେ ।

ଛାତ୍ରୀ ଜଣଙ୍କୁ ଅଧ୍ୟାପକ ଗାଡ଼ିରେ ବସାଇ ଘରକୁ ଯିବା ପରିବର୍ତ୍ତେ କେନାଲ ରୋଡର ନିଚ୍ଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରକୁ ଫେରିବା ପରେ ଛାତ୍ରୀ ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ । ଘଟିଥିବା ଘଟଣା ସମ୍ବନ୍ଧରେ ପରିବାରକୁ ଜଣାଇଥିଲେ । ସ୍ଥାନୀୟ ମେଡିକାଲରେ ଛାତ୍ରୀ ଜଣଙ୍କୁ ଭର୍ତ୍ତି କରାଯାଇଛି ।

ଅଭିଯୋଗ ପରେ ପୋଲିସ ପୀଡ଼ିତା ଛାତ୍ରୀଙ୍କ ଡାକ୍ତରୀ ମାଇନା କରିବା ସହ ନିମାପଡ଼ା କୋର୍ଟରେ ବୟାନ ରେକର୍ଡ କରିଛି । ଘଟଣା ପରେ ଫରାର୍ ଥିବା ଅଭିଯୁକ୍ତ ଅଧ୍ୟାପକଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରିଛି ।

Leave A Reply

Your email address will not be published.