Latest Odisha News

BREAKING NEWS

କରୋନା: ପିତାଙ୍କ ଅନ୍ତିମ ସଂସ୍କାରରେ ପହଂଚି ପାରିଲେନି ଚୀନରେ ଫସିଥିବା ପାକିସ୍ତାନୀ ଛାତ୍ର

ଉହାନ: ଚୀନର ଉହାନ ସହରରେ ଫସିରହିଥିବା ପାକିସ୍ତାନୀ ଛାତ୍ର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଜିଦ୍ ପାଇଁ ନିଜ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିଲେନି । ଛାତ୍ରର ପିତାଙ୍କ ଶେଷ ଇଚ୍ଛା ଥିଲା ନିଜ ପୁଅକୁ ଦେଖିବା । କିନ୍ତୁ ଚୀନରେ ବ୍ୟାପିଥିବା କରୋନା ଭାଇରସ କାରଣରୁ ଛାତ୍ରମାନଙ୍କୁ ପାକିସ୍ତାନ ଯିବାକୁ ବାରଣ କରାଯାଇଛି । ଛାତ୍ର ଜଣକ ଏହି ମାମଲାରେ ତାଙ୍କ କଥା ଶୁଣିବାକୁ ଇମରାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଚୀନର ଉହାନ ସହରରେ ପିଏଚଡି କରୁଥିବା ହସନ ଶେଷ ଥର ପାଇଁ ନିଜ ପିତାଙ୍କ ସହ କଥା ହୋଇଥିଲେ । ହସନଙ୍କ ୮୦ ବର୍ଷୀୟ ପିତା ନିଜ ପୁଅକୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ତା’ ପରଦିନ ହିଁ ଛାତ୍ରଙ୍କ ପିତା ହୃଦଘାତରେ ଜୀବନ ହାରିଛନ୍ତି । ହସନ କହିଛନ୍ତି, “ମୋ ପରିବାରକୁ ମୋର ଆବଶ୍ୟକ ଅଛି । ମୋ ମାଆ ଏବେ ବି ମୋ ଫେରିବା ବାଟକୁ ଚାହିଁ ରହିଛନ୍ତି ।”

ସୂଚନାଯୋଗ୍ୟ, ଚୀନରେ ଫସିରହିଥିବା ପାକିସ୍ତାନୀ ଛାତ୍ରଙ୍କ ପରିବାର ଲୋକେ ସେମାନଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉପରେ ଚାପ ଦେଉଛନ୍ତି । କିନ୍ତୁ ଇମରାନ ସରକାର ଶୁଣିବାକୁ ନାରାଜ ।

Leave A Reply

Your email address will not be published.