Latest Odisha News

BREAKING NEWS

ଭ୍ୟାକ୍ସିନ ୱାର ଶୁଟିଂ ଅବସରରେ ଆହତ ହେଲେ ପଲ୍ଲବୀ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ ତଥା ବିବେକ ଅଗ୍ନିହୋତ୍ରୀଙ୍କ ପତ୍ନୀ ପଲ୍ଲବୀ ଯୋଶୀ ଆଜି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଦି ଭ୍ୟାକ୍ସିନ ୱାର ଶୁଟିଂ ଅବସରରେ ଏକ କାର ଭାରସମ୍ୟ ହରାଇ ତାଙ୍କୁ ଧକ୍କା ଦେଇଥିଲା । ଗାଡି ମାଡ ହେବା ପରେ ପଲ୍ଲବୀଙ୍କୁ ସଙ୍ଗେ ସଙ୍ଗେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଛି । ତାଙ୍କ ଅବସ୍ଥା ଚିନ୍ତାଜନକ ନୁହେଁ ବୋଲି ଡାକ୍ତର କହିଛନ୍ତି । ପଲ୍ଲବୀ ଦି କଶ୍ମୀର ଫାଇଲ୍ସରେ ଚମତ୍କାର ଅଭିନୟ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

BjdElectrycity

ଏହାର ଅଦ୍ଭୂତପୂର୍ବ ସଫଳତା ପରେ ବିବେକ ଏବେ ଦି ଭ୍ୟାକ୍ସିନ ୱାର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ବିବେକ ଏ ସମ୍ପର୍କରେ ଟୁଇଟ କରି ପ୍ରଶଂସକଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଦି ଭ୍ୟାକ୍ସିନ ୱାର ଶୁଟିଂକୁ ବିବେକ ଯଥାସମ୍ଭବ ଗୁପ୍ତ ରଖିବା ପାଇଁ ଉଦ୍ୟମ କରୁଛନ୍ତି ।

Leave A Reply

Your email address will not be published.