Latest Odisha News

ହାଫିଜର ଭିଣୋଇ ଅବଦୁଲ ରେହମାନ ବିଶ୍ୱ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଏଦର ଭିଣୋଇ ଅବଦୁଲ ରେହମାନ ମକ୍କିଙ୍କୁ ଆଜି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷିତ କରାଯାଇଛି । ଲଶ୍କର-ଇ-ତୋଇବାର ମକ୍କି ୨୬/୧୧ ଘଟଣାର ମାଷ୍ଟର ମାଇଣ୍ଡ । ଏହି ଘୋଷଣା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି । ପୂର୍ବରୁ ମକ୍କିଙ୍କୁ ଏହି ତାଲିକାରୁ ବଂଚାଇବା ଚୀନ ତାର ଭିଟ୍ଟୋ କ୍ଷମତାର ଅପବ୍ୟବହାର କରିଥିଲା । ଏଥର ଚୀନ ବି ନୀରବ ରହିବାକୁ ବାଧ୍ୟ ହୋଇଛି । ଜମ୍ମୁ ଏବଂ କଶ୍ମୀରରେ ବିଭିନ୍ନ ଆତଙ୍କବାଦୀ ଘଟଣାରେ ଅବଦୁଲ ରେହମାନ ହାତ ଥିବା ଭାରତ ବାରମ୍ବାର ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ।

ମକ୍କି ବିଶ୍ୱ ଆତଙ୍କବାଦୀ ଘୋଷିତ ହେବା ଭାରତର ଏକ ବଡ ବିଜୟ ଭାବେ ବର୍ଣ୍ଣନା କରାଯାଉଛି । ୨୦୦୦ରେ ଲାଲ କିଲ୍ଲା ଓ ୨୦୦୮ରେ ରାମପୁର କ୍ୟାମ୍ପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏହାର ହାତ ଥିଲା ।

Leave A Reply

Your email address will not be published.