Latest Odisha News

BREAKING NEWS

ପ୍ୟାନ କାର୍ଡ ଓ ଆଧାର ଲିଙ୍କ ଅବଧି ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ପ୍ୟାନ ଏବଂ ଆଧାର କାର୍ଡ ଲିଙ୍କ ସମୟସୀମାକୁ ଆହୁରି ୩ ମାସ ବୃଦ୍ଧି କରାଯାଇଛି । ଏହା ଅନୁସାରେ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହାର ଲିଙ୍କ କରାଯାଇ ପାରିବ । ପୂର୍ବରୁ ଏହାର ସମୟ ସୀମା ୩୦ ଜୁନ ପର୍ଯ୍ୟନ୍ତ ରହିଥିଲା । ଅର୍ଥ ବିଭାଗର ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ।

ଆୟକର ବିଭାଗ ୱେବସାଇଟ, ଏସଏମଏସ ଏବଂ ପ୍ୟାନ ସେବା କେନ୍ଦ୍ରକୁ ଯାଇ ଉପରୋକ୍ତ ଲିଙ୍କ କରାଯାଇ ପାରିବ । ସେହିପରି ଟିଡିଏସ ଫାଇଲ କରିବା ଶେଷ ତାରିଖ ୧୫ ଜୁଲାଇକୁ ଘୁଂଚାଇ ଦିଆଯାଇଛି । ପୂର୍ବରୁ ଏହା ୩୦ ଜୁନ ଥିଲା ।

Leave A Reply

Your email address will not be published.