Latest Odisha News

BREAKING NEWS

ଦ୍ୱନ୍ଦ୍ୱର ଘଟିଲା ଅନ୍ତ, ଏପ୍ରିଲ ୧୪ରେ ପାଳନ ହେବ ପଣା ସଂକ୍ରାନ୍ତି

ପୁରୀ: ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ପାଳନ ନେଇ ଦୂର ହେଲା ଦ୍ୱନ୍ଦ । ପାଞ୍ଜି ସମସ୍ୟା ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ପାଳିତ ହେବା ନେଇ ନିଷ୍ପତ୍ତି ହୋଇଛି । ବସିଥିବା ସମୀକ୍ଷା ବୈଠକରେ ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ମାରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା ।

ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତି ତାରିଖକୁ ନେଇ ଦ୍ୱନ୍ଦ୍ୱ ଉଠିଥିଲା । କିଛି ଗଣନାକାରୀ ୧୩ ତାରିଖ ସଂକ୍ରାନ୍ତି ନେଇ କହିଥିବା ବେଳେ, ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସୀକୃତ ରାଧାରମଣ ପଞ୍ଜିକା ଏବଂ ଆଉ କିଛି ଗଣନାକାରି ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ତଥ୍ୟ ଦେଇଥିଲେ । ତେବେ ଏପ୍ରିଲ ୧୩ ନା ୧୪ କେଉଁ ତାରିଖରେ ପଣା ସଂକ୍ରାନ୍ତି ପାଳନ ନେଇ ମୋହର ବାଜିବ ତାହା ଉପରେ ସମସ୍ତଙ୍କ ନଜର ଥିଲା । ଯାହା ଏବେ ସ୍ପଷ୍ଟ ହୋଇଛି ।

ଏହାବାଦ ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା, ନେତ୍ରୋତ୍ସବ, ନବଯୌବନ ବେଶ ବୋଲି ମୁକ୍ତି ମଣ୍ଡପ ପଣ୍ଡିତ ସଭା ବୈଠକରେ ସ୍ପଷ୍ଟ ହୋଇଛି । ଚଳିତବର୍ଷ ଠାକୁରଙ୍କ ୧୩ ଦିନିଆ ଅଣସର ସହ ପଞ୍ଚୁକ ୫ ଦିନ ବଦଳରେ ୪ ଦିନ ମଧ୍ୟ ପଡୁଛି । ଏଥିଯୋଗୁ ଆସନ୍ତା କାର୍ତ୍ତିକ ପଞ୍ଚୁକରେ ଲକ୍ଷ୍ମୀ ନୃସିଂହ ବେଶ ହେବ ନାହିଁ ବୋଲି ଦଇତାପତି ସେବକ କହିଛନ୍ତି ।

Leave A Reply

Your email address will not be published.