Latest Odisha News

BREAKING NEWS

[ଭିଡିଓ] ସାମ୍ବାଦିକତାରୁ ରାଜନୀତି : ଘର ଘର ବୁଲି ପ୍ରଚାର କରୁଛନ୍ତି ସୁଶାନ୍ତ

ନବରଙ୍ଗପୁର : ପଞ୍ଚାୟତ ନିର୍ବାଚନ ନେଇ ରାଜନୀତି ସରଗରମର ।  ଚାରିଆଡେ ଜମୁଛି ପ୍ରଚାର। ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ସାମ୍ବାଦିକ ।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ପଞ୍ଚାୟତର ସମିତ ସଭ୍ୟ ଭାବେ ନିର୍ବାଚନ ଲଢୁଛନ୍ତି ସୁଶାନ୍ତ କୁମାର ବେହେରା ।ସାମ୍ବାଦିକ ଥିଲେ । ଗାଁ ଗହଳିର ସମସ୍ୟାକୁ ନେଇ ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ସୁଶାନ୍ତ ।ହେଲେ ଜନସେବା କରିବାର ଇଚ୍ଛା ତାଙ୍କୁ ଟାଣି ଆଣିଛି ରାଜନୀତି ଆଡକୁ । ପଞ୍ଚାୟତର ଘର ଘର ବୁଲି ତାଙ୍କ ନିର୍ବାଚନୀ ଚିହ୍ନରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ନିବେଦନ କରୁଛନ୍ତି ସମିତି ସଭ୍ୟ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସୁଶାନ୍ତ।

ସୁଶାନ୍ତ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିବା ପାଇଁ ମନସ୍ତ କରି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି । ପାପଡାହାଣ୍ଡିଠାରେ ବସ ଷ୍ଟାଣ୍ଡ ସମସ୍ୟା ବହୁ ଦିନର । ଏହି ବସ ଷ୍ଟାଣ୍ଟ ପ୍ରତିଷ୍ଟା କରିବା ସହ ପଞ୍ଚାୟତର ବିଭିନ୍ନ ସମସ୍ୟା ଦୂର କରିବା ତାଙ୍କର ଲକ୍ଷ ରହିଛି । ସେଥିପାଇଁ ପଞ୍ଚାୟତର ପ୍ରତ୍ୟେକ ଘର ବୁଲି ଲୋକଙ୍କ ସମସ୍ୟା ସବୁ ପଚାରି ବୁଝୁଛନ୍ତି ସନ୍ତୋଷ ।

ଚଳିତ ଥର ଅନେକ ଡାକ୍ତର ଇଞ୍ଜିନିୟର , ବିଦେଶ ଫେରାନ୍ତା ଓ ଅନେକ ଶିକ୍ଷିତ ଯୁବକ ଯୁବତୀ ରାଜନୀତି ମୁହାଁ ହୋଇଛନ୍ତି ।ନିର୍ବାଚନ ମଧ୍ୟ ଲଢୁଛନ୍ତି । ସେହିଭଳି ସୁଶାନ୍ତ ମଧ୍ୟ ସାମ୍ବାଦିକତାରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ନିର୍ବାଚନୀ ମଇଦାନରେ ବାଜିମାତ କରି ଜନସେବା କରିବା ଆଶାରେ ଅଛନ୍ତି ସୁଶାନ୍ତ।

Comments are closed, but trackbacks and pingbacks are open.