Latest Odisha News

BREAKING NEWS

[ଭିଡ଼ିଓ] ସରଗରମ ରାଜନୀତି ମଇଦାନ, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଟକ୍କର

ଜଗତସିଂହପୁର: ସରଗରମ ରାଜନୀତି ମଇଦାନ । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ଭୋଟ୍ ହାତେଇବାକୁ ଘର ଘର ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ। ସେହିଭଳି ଜଗତସିଂହପୁର ୩ ନମ୍ବର ଜୋନରେ ବିଜୁ ଜନତା ଦଳର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀରେ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଯୋଗ ଦେଇଥିଲେ। ଏହି ଜୋନ ଅନ୍ତର୍ଗତ ୬ଗୋଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ଦଳୀୟ ଅଶୋନ୍ତୋଷ ଶାସକ ଦଳ ପାଇଁ ଏକ ପ୍ରକାର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ସମଙ୍ଗ ପଞ୍ଚାୟତର ଦଳୀୟ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମିନତୀ ଜେନା ଦଳୀୟ ସମର୍ଥିତ ପ୍ରାର୍ଥୀନୀ ଭାବେ ନିର୍ବାଚନ ରେ ଠିଆ ହୋଇଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି କିଛି ପୁରୁଖା କର୍ମୀ ଏବଂ ନେତା । ପଞ୍ଚାୟତର ମାତ୍ରାଧିକ ଭୋଟର ଏବଂ ଆଗଧାଡ଼ିର କର୍ମୀ ତାଙ୍କୁ ସମର୍ଥନ କରୁଥିବାର ଦେଖାଦେଉଛି । ଯାହାକି ଶାସକ ଦଳ ପାଇଁ ଏକ ସମସ୍ୟା ପାଲଟିଛି ।

ଗୋଟିଏ ପଟରେ ଦଳୀୟ ଅସନ୍ତୋଷର ଅନୁକମ୍ପା, ଭୋଟରଙ୍କ ଆଶୀର୍ବାଦ ଅନ୍ୟପଟରେ ଶାସକ ଦଳର ସମସ୍ତ ପ୍ରଚେଷ୍ଟା ଚଳିତ ନିର୍ବାଚନର ଫଳାଫଳ କାହା ସପକ୍ଷରେ ଯିବ ତାହା ସମୟ କହିବ।

କାହିଁକି ନିର୍ବାଚନର ଦିନ ଯେତିକି ପାଖେଇ ପାଖେଇ ଆସୁଛି  ଭୋଟର ମାନଙ୍କ ମନରେ ତତ୍ପରତା ସେତିକି ବଢ଼ି ବଢ଼ି ଚାଲିଛି।

 

Comments are closed, but trackbacks and pingbacks are open.