Latest Odisha News

BREAKING NEWS

ନାଇଜେରିଆରେ ତୈଳବାହୀ ଜାହଜରେ ନିଆଁ, ସମୁଦ୍ରରେ ମିଶୁଛି ବ୍ୟାରେଲ ବ୍ୟାରେଲ ତୈଳ

ଆବୁଜା: ନାଇଜେରିଆରେ ଟ୍ରିନିଟି ସ୍ପିରିଟ ନାମକ ଏକ ଜାହଜ ସମୁଦ୍ର ମଧ୍ୟରେ ନିଆଁ ଲାଗି ବିସ୍ଫୋରଣ ହେବା ଫଳରେ ବଡ ଧରଣର ପରିବେଶୀୟ ସଙ୍କଟ ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ବ୍ୟାରେଲ ବ୍ୟାରେଲ ତେଲ ସମୁଦ୍ରରେ ମିଶୁଛି । ଏକ୍ସପ୍ଲୋରେସନ ଆଣ୍ଡ ପ୍ରଡକ୍ସନ କମ୍ପାନୀର ଜାହଜରେ ହଠାତ ନିଆଁ ଲାଗି ଯାଇଥିଲା । ଏଥିରେ ୨ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଥିଲା ।

ଏବେ ଏହା ସମୁଦ୍ରରେ ମିଶୁଥିବାରୁ ଜଳଚର ଜୀବ ଓ ସେମାନଙ୍କ ବାସସ୍ଥାନ ନେଇ ବିପଦ ସୃଷ୍ଟି ହୋଇଛି । ଏହି ବଡ ଧରଣର ଦୁର୍ଘଟଣାରେ ଜାହାଜରେ ଥିବା କେତେଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି ତାହା ଜଣାପଡି ନାହିଁ । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।

Comments are closed, but trackbacks and pingbacks are open.