ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀର ୯୦ରୁ ଊର୍ଦ୍ଧ୍ଵ ପଂଚାୟତ ପ୍ରତିନିଧି ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସେମାନେ ନବୀନ ନିବାସରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ନିର୍ବାଚନମଣ୍ଡଳୀର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।
ସେ କହିଥିଲେ, ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା ଲୋକ କଲ୍ୟାଣ କାର୍ଯ୍ୟକ୍ରମର ସୁଫଳ ଲୋକଙ୍କ ପାଖରେ ସଠିକ ଭାବରେ ପହଁଚିବା ଅବଶ୍ୟକ। ଅଞ୍ଚଳରେ ସାଧାରଣ କୌଣସି ଅସୁବିଧାର ସମ୍ମୁଖୀନ ନହେବାକୁ ଦୃଷ୍ଟି ଦେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏହା ସହିତ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବାର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।
Comments are closed.