ନୂଆଦିଲ୍ଲୀ : ଭାରତରେ ଅନେକ ଜ୍ୟୋର୍ତିଲିଙ୍ଗ ରହିଛି । ପ୍ରତିଦିନ ଶହ ଶହ ଲୋକ ଏଠାକୁ ବୁଲିବାକୁ ଯାଆନ୍ତି । କିନ୍ତୁ ଏହାପଛରେ ଥିବା ରହସ୍ୟମୟୀ କାହାଣୀ ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଉତ୍ତରପ୍ରଦେଶ ଫାରୁଖବାଦ ଜିଲ୍ଲାରେ ରହିଛି ପାଣ୍ଡେଶ୍ବରନାଥ ମନ୍ଦିର । ମହାଭାରତ କାଳରେ ମାତା କୁନ୍ତୀଙ୍କ ଦ୍ବାରା ଏହି ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଦୀର୍ଘ ବର୍ଷ ପୂର୍ବରୁ, ଯେତେବେଳେ ଫାରୁଖବାଦ୍ ପ୍ରତିଷ୍ଠା ହୋଇନଥିଲା, ସେତେବେଳେ ଏହି ଅଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ସେତେବେଳେ ଏଠାରେ ଏକ ପୁରୁଣା ଅଶ୍ବତ୍ଥ ଗଛ ଥିଲା । ଯାହା ନିକଟରେ ପାଣ୍ଡବମାନେ ଶିବ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିଥିଲେ ।
ପୂଜାରୀଙ୍କ କହିବା ମୂତାବକ ଯେତେବେଳେ ପାଣ୍ଡବ ମାନେ ବନବାସ ଯାଇଥିଲେ । ସେତେବେଳ ସମୟରେ ଏହି ମନ୍ଦିର ପ୍ରତିଷ୍ଠା ସ୍ଥାପିତ ହୋଇଥିଲା। ସେହି ସମୟରେ ଏହି ଜଙ୍ଗଲରେ ବହୁ କୁମ୍ଭାର ପରିବାର ବସବାସ କରୁଥିଲେ । ପାଣ୍ଡବ ମାତା କୁନ୍ତୀଙ୍କ ସହ ସେଠାରେ ରହିବାକୁ ଆସିଥିଲେ। ସେହି ସମୟରେ ମାତା କୁନ୍ତୀ ତାଙ୍କ ପୁଅମାନଙ୍କୁ କହିଥିଲେ ଯେ ଆମେ ବହୁତ ଯନ୍ତ୍ରଣା ଭୋଗୁଥିବାରୁ ଆମକୁ ଭଗବାନ ଶିବଙ୍କୁ ପୂଜା କରିବାକୁ ପଡିବ। ସେଥିପାଇଁ ଆମକୁ ଶିବଲିଙ୍ଗ ଦରକାର । ତା’ପରେ ପାଣ୍ଡବମାନେ ସବୁ ଦିଗକୁ ଗଲେ । ଏବଂ ସମସ୍ତେ ସବୁ ଦିଗରୁ ଶିବ ଲିଙ୍ଗ ଆଣି ସ୍ଥାପିତ କଲେ । ଯାହା ଆଜି ପାଣ୍ଡେଶ୍ବରନାଥ ଶିବ ମନ୍ଦିର ନାମରେ ଜଣାଶୁଣା । ପ୍ରତିଦିନ ଦେଶର କୋଣ ଅନୁରୋଣରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ ।
Comments are closed.