Latest Odisha News

୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୋନପୁର: ସୋନପୁର କଇଁଫୁଲ ଗାଁରେ ଅଘଟଣ । ୨୦ଫୁଟ ବୋରୱେଲରେ ଫସିଲେ ବୃଦ୍ଧା । ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ୬୦ ବର୍ଷିୟା ଦୁଃଖୀ ନେଗୀ । ଗତକାଲି ରାତିରେ ଝିଅ ଘରକୁ ଆସିଥିବା ବେଳେ ବୋରୱେଲରେ ପଡିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ସୂଚନା ଅନୁସାରେ, ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୁଃଖୀ ନେଗୀ ଗତକାଲି ରାତିରେ ତାଙ୍କ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ । ଝିଅ ଘର ବାଡି ପଛପଟକୁ ଦୁଃଖୀ ଯାଇଥିବା ବେଳେ ବାଡି ପଛପଟେ ଖୋଳା ଯାଇଥିବା ୨୦ଫୁଟର ଏକ ବୋରୱେଲରେ ପଡିଯାଇଥିଲେ । ଅନେକ ଖୋଜାଖୋଜି ପରେ ଦୁଃଖୀ ବୋରୱେଲରେ ପଡିଯାଇଥିବା ଖବର ଜାଣି ସଙ୍ଗେ ସଙ୍ଗେ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ ପରିବାର ଲୋକେ ।

ଖବର ପାଇ ସୋନପୁର ଓ ତରଭା ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି I ବର୍ତ୍ତମାନ ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଇଛି ଓ ଜେସିବି ମେସିନ ଡକାଯାଇ ମହିଳାଙ୍କୁ ଉଦ୍ଧାର କରିବା ପ୍ରୟାସ ଜାରି ରଖାଯାଇଛି I

Leave A Reply

Your email address will not be published.