କଟକ: ପଣ୍ଡିତ ବିରେନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଦିବ୍ୟଲୋକ ସନ୍ଧାନେ ସମ୍ମାନ ୨୦୨୧ ପ୍ରଦାନ କରାଯିବ ବୋଲି ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ ରଥ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।
ଆସନ୍ତା ୧୦ ତାରିଖ ରବିବାର ଦିନ ଉରାଳୀ ଗ୍ରାମ ପଞ୍ଚାୟତ ନଛିପୁର ଠାରେ ଥିବା ପୁରାତନ ଶୈବ ପୀଠ ଶ୍ରୀ କେଦାରଶ୍ୱର ମନ୍ଦିର ପ୍ରାଙ୍ଗଣରେ ପତ୍ରିକାର ୨୦ତମ ସ୍ଵନ କ୍ଷତ୍ର ପାଳନ ଅବସରରେ ପଣ୍ଡିତ ଶ୍ରୀ ପଣ୍ଡାଙ୍କୁ ଉକ୍ତ ସମ୍ମାନରେ ସମ୍ମାନିତ କରାଯିବ । ଅକ୍ଷୟ ସେନାପତି ଏବଂ ଦିବ୍ୟସିଂହ ମାନସିଂଙ୍କୁ ସାମ୍ବାଦିକ ଗୌରବ ସମ୍ମାନ , ପାଳାକାର ମଦନ ମୋହନ ଜେନାଙ୍କୁ ଗାୟକ ଗୌରବ ସମ୍ମାନ, ଜ୍ୟୋତିର୍ବିଦ ରବୀନ୍ଦ୍ର ପଣ୍ଡାଙ୍କୁ ଜ୍ୟୋତିଷ ଗୌରବ ସମ୍ମାନ , ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡକୁ ପ୍ରକୃତି ପୂଜକ ସମ୍ମାନ , ଅଶୋକ ମହାପାତ୍ରଙ୍କୁ ଶିକ୍ଷକ ଗୌରବ , ହରିହର ତ୍ରିପାଠୀଙ୍କୁ ସମ୍ବାଦ ସାହିତ୍ୟ , ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନାଙ୍କୁ ଆଦର୍ଶ ଥାନାଧିକାରୀ ଭାବେ ସମ୍ମାନିତ କରାଯିବ ବୋଲି ପତ୍ରିକାର ସମ୍ପାଦକ ଇଂ ସନ୍ୟାସୀ ସୂଚନା ଦେଇଛନ୍ତି।
Comments are closed.