ନୂଆଦିଲ୍ଲୀ:ଚୀନ କମ୍ପାନୀ ଭିଭୋ ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣର ସ୍ପନଶର ହେବ ନାହିଁ । ଲଦାଖରେ ଭାରତ-ଚୀନ ସଂଘର୍ଷ ପରେ ଆଇପିଏଲରେ ଭିଭୋର ସାମିଲ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା । ଚାରିଆଡୁ ଚାପ ପଡିବା ପରେ ଶେଷରେ ବିସିସିଆଇ ଭିଭୋକୁ ହଟାଇବାକୁ ପଡିଥିଲା । କିଛି ଦିନ ତଳେ ବିସିସିଆଇ ଭିଭୋକୁ ସ୍ପନଶର ଭାବେ ବଜାୟ ରଖାଯିବ ବୋଲି କହିଥିଲା ।
ସୋସିଆଲ ମିଡିଆରେ ଏ ନେଇ ତୀବ୍ର ବିରୋଧ ଦେଖିବାକୁ ମିଳିଥିଲା । ବର୍ତମାନ ପରିସ୍ଥିତିରେ ନୂତନ ସ୍ପନଶର ଖୋଜିବା କଷ୍ଟକର ବିସିସିଆଇ କହିଥିଲା । ଶେଷରେ ବିସିସିଆଇ ଏହାର ପୁର୍ନବିଚାର କରିବ ବୋଲି ଆଶ୍ୱସନା ଦେଇଥିଲା । ସୂଚନାଯୋଗ୍ୟ, ୨୦୧୭ରେ ପେପ୍ସିକୁ ହଟେଇ ଭିଭୋ ୨୧୯୯ କୋଟି ଟଙ୍କାରେ ଏହାର ଟାଇଟଲ ପ୍ରାୟୋଜନ ଅଧିକାର ହାସଲ କରିଥିଲା ।
Comments are closed.