Latest Odisha News

BREAKING NEWS

ଡାକ୍ତରଖାନାରେ ଭର୍ତି ହେଲେ ଗାୟକ ପାପୋନ, ରାତି ଯାକ ବାପାଙ୍କୁ ଜଗି ରହିଲେ ୧୩ ବର୍ଷର ପୁଅ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ପାପୋନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ତାଙ୍କୁ କୋକିଲା ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ବାପାଙ୍କ ଦେହ ଭଲ ନ ଥିବାରୁ ତାଙ୍କ ୧୩ ବର୍ଷର ପୁଅ ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ସେ ବାପାଙ୍କୁ ରାତି ଯାକ ଜଗି ରହିଥିଲେ । ପାପୋନ ପୁଅଙ୍କ ଭଲ ପାଇବା ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ବେଶ ପସନ୍ଦ କରାଯାଉଛି । ପୁଅ ମୋତେ ଭାବପ୍ରବଣ କରି ଦେଇଛି । ମୋ ପିଲା ବେଳେ ବାପାଙ୍କ ଦେହଙ୍କ ଖରାପରେ ଏ ଭଳି ଜଗି ରହିଥିଲେ । ମୋ ପୁଅ ଏହା କରିବା ପରେ ମୋତେ ଗର୍ବ ଲାଗିଛି ବୋଲି ପାପୋନ କହିଛନ୍ତି । ଇତି ମଧ୍ୟରେ ସୋସିଆଲ ମିଡିଆର ୟୁଜର୍ସମାନେ ଗାୟକଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

୨୦୧୧ରେ ଦମ ମାରୋ ଦମରେ ଜିଏ କ୍ୟୁଁ ଗୀତ ଗାଇ ପାପୋନ ବେଶ ଲୋକପ୍ରିୟ ହୋଇ ଉଠିଥିଲେ । ସେ ଏହା ପରେ ବର୍ଫି, ସୁଲତାନ, ହମାରି ଅଧୁରୀ କାହାନୀ, ଦମ ଲଗା କେ ହଇଶା, ବଜରଙ୍ଗୀ ଭାଇଜାନ ଓ କରିବ କରିବ ସିଙ୍ଗଲ୍ସ ଫିଲ୍ମରେ ଗୀତ ଗାଇଛନ୍ତି । ପାପୋନଙ୍କ ପ୍ରକୃତ ନାମ ଅଙ୍ଗରାଂଗ ମାହେତୋ । ଏହି ନାମରେ ତାଙ୍କ ଅନ୍ୟ ରାଜ୍ୟର ଲୋକମାନେ ଠିକ ଭାବେ ସମ୍ବୋନ୍ଧନ କରି ନ ପାରିବାରୁ ସେ ତାଙ୍କ ନାମ ବଦଳାଇ ଦେଇଥିଲେ । ତାଙ୍କର ନିଜସ୍ୱ ଏକ ବ୍ୟାଣ୍ଡ ରହିଛି ।

Leave A Reply

Your email address will not be published.