ପାରାଦ୍ଵୀପ : ଅଗଷ୍ଟ ୨୬ ତାରିଖରେ ପାରାଦ୍ଵୀପ ଠାରେ ଆଶା କର୍ମୀ ବଳତ୍କାର ଘଟଣାକୁ ନେଇ ରାଜନୀତି ଆରମ୍ଭ ହେଇଯାଇଛି । ଏହାକୁ ନେଇ ପାରାଦ୍ଵୀପ ବିଜେପି ହୀନ ରାଜନୀତି କରୁଥିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ପୀଡିତା ଙ୍କ ବାପା ।
ଘଟଣାକୁ ଭୁଲି ବଞ୍ଚିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେପି ଯୁବମୋର୍ଚ୍ଚା ଏହାକୁ ବିଭିନ୍ନ ଘଟଣା ସହିତ ଯୋଡି ମୋ ପରିବାକୁ ଆହୁରି ବଦନାମ କରୁଛି।ମୋତେ ଓ ମୋ ପରିବାରକୁ ସମବେଦନା ଦେବା ପରିବର୍ତ୍ତେ , ବିଜେପି ଯୁବମୋର୍ଚ୍ଚା ଏହାକୁ ନେଇ ହୀନ ରାଜନୀତି କରୁଛନ୍ତି । ଗଣମାଧ୍ୟମ ନିକଟକୁ ଏକ ଚିଠି ପଠାଇବା ସହ ଏଭଳି ଅଭିଯୋଗ କରିଛନ୍ତି ପୀଡିତା ଙ୍କ ବାପା ।
ଅନ୍ୟପକ୍ଷରେ ବିଜେପି ଯୁବମୋର୍ଚ୍ଚା ଏହି ବଳତ୍କାର ଘଟଣା ରେ ଅଭିଯୁକ୍ତ ମୁଖ୍ୟ ଆସାମୀ ଜତିନ୍ ମଲ୍ଲିକ ଙ୍କ ସହିତ ବାପି ସାର୍ଖେଲଙ୍କ ଥିବା ଏକ ଫଟୋ ଦେଖାଇ ବାପି ସାର୍ଖେଲଙ୍କୁ ଟାର୍ଗେଟ କରିଛି। ଏପରିକି ପ୍ରଶାସନର ଅନୁମତି ନଥାଇ ବିଜେପି ଯୁବମୋର୍ଚ୍ଚା ପାରାଦ୍ଵୀପ ରେ ରାଲି କରିବା , ଡ଼ାକବାଜି ଯନ୍ତ୍ର ବ୍ୟବହାର କରି ଥାନା ସମ୍ମୁଖରେ ଉତ୍ତେଜକ ଭାଷଣ ଦେବା , ଏବଂ ମାଇକ ଯୋଗେ ବାପି ସାର୍ଖେଲ ଙ୍କୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ପାରାଦ୍ଵୀପ ଆଦର୍ଶ ଥାନାର ଏସ ଆଇ ପି ଏନ୍ ଗୋଛୟତ ଙ୍କ ଏତଲାକୁ ଭିତି କରି ବିଜେପି ଯୁବମୋର୍ଚ୍ଚାର ୧୭ ଜଣ ସଦସ୍ୟ ଙ୍କ ସମେତ ଅନ୍ୟ ୨୦୦ ଜଣଙ୍କ ନାମରେ କେସ ରୁଜୁ କରିଛି ପାରାଦ୍ଵୀପ ଆଦର୍ଶ ଥାନା। ଏହି ଘଟଣାକୁ ଆମ ପାରାଦ୍ଵୀପ ଆମ ପ୍ରଗତିର ସଭାପତି ନିନ୍ଦା କରିଥିବା ବେଳେ ,ପୋଲିସ ପ୍ରଶାସନ ଓ ନ୍ୟାୟ ପାଳିକା ଉପରେ ମୋର ପୂର୍ଣ୍ଣ ବିଶ୍ବାସ ରହିଛି ବୋଲି ପ୍ରକାଶ କରିଛନ୍ତି ପୀଡିତାଙ୍କ ବାପା ।