Latest Odisha News

BREAKING NEWS

ପାରାଦୀପ: ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ପାରାଦୀପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା-ମା’ଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବିଦ୍ୟୁତ୍‌ ସଂସ୍ପର୍ଶରେ ଝିଅ ଆସିଥିଲେ। ଏହାଦେଖି ବାପା-ମା’ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଏହାଦେଖି ପାଖରେ ଉପସ୍ଥିତ ଥିବା ଭାଇ ଓ ପଡୋଶୀ ମଧ୍ୟ ଉଦ୍ଧାର କରିବାକୁ ଯାଇ ଛୁଇଁଦେଇଥିଲେ। ତେଣୁ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇଛନ୍ତି।

ଏବେ ମୋଟ୍ ୪ ଜଣ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୨ ଶ୍ରମିକ ଆହତ, ୪ ଗୁରୁତର

Leave A Reply

Your email address will not be published.