ନୂଆଦିଲ୍ଲୀ: ପୂର୍ବତନ ପାରାଗୁଏ ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ଗୃହବନ୍ଦୀ କରାଯାଇଛି। ସିନେଟ୍ ସହ ଜଡ଼ିତ ଏକ ପ୍ରମୁଖ ବ୍ୟାଙ୍କର ପତନ ପାରେ ଦେଶର ସିନେଟ୍ ତାଙ୍କ ବିରୋଧରେ ମହାଭିଯୋଗ ଆଣି ପଦରୁ ବହିଷ୍କାର କରିଥିଲେ।
ଦକ୍ଷିଣ ଆମେରିକାର ସବୁଠାରୁ ସ୍ଥିର ସରକାର ମଧ୍ୟରୁ ଗୋଟିଏର ଅନ୍ତ ଘଟାଇ ସେନେଟର ସମସ୍ତ ୪୪ ଜଣ ସାଂସଦ ପେନାଙ୍କ ବିରୁଦ୍ଧରେ ସର୍ବସମ୍ମତିକ୍ରମେ ଭୋଟ ଦେଇଥିଲେ।
ରାଜନୈତିକ ସଙ୍କଟ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ନିୟାମକମାନେ ଦେଶର ପ୍ରମୁଖ ଡିଜିଟାଲ୍ ବ୍ୟାଙ୍କ, ୟୁନୋ ବ୍ୟାଙ୍କର ନିୟନ୍ତ୍ରଣ ନେଇଥିଲେ। ଏହି ବନ୍ଦ ଯୋଗୁଁ ପ୍ରାୟ ୩ ନିୟୁତ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟ ଏବଂ କାର୍ଡ ହଠାତ୍ ଫ୍ରିଜ୍ ହୋଇଯାଇଥିଲା, ଯାହା ସାରା ଦେଶରେ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଥିଲା।
ପେନାଙ୍କ ବିରୁଦ୍ଧରେ ବିଶ୍ୱାସ ଭଙ୍ଗ ଏବଂ ପଦର ଅପବ୍ୟବହାର ଅଭିଯୋଗ ଆସିଛି। ତାଙ୍କୁ ଅଭିଯୋଜକଙ୍କ ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି, ଅର୍ଥନୈତିକ ଅପରାଧ ଏବଂ ଦୁର୍ନୀତି ନିବାରଣ ଶାଖା ସମ୍ମୁଖରେ ହାଜର ହେବା ପର୍ଯ୍ୟନ୍ତ ତାଙ୍କୁ ଗୃହବନ୍ଦୀ କରାଯାଇଛି।
ଏହା ସହିତ,ଲପେନାଙ୍କ ଦ୍ୱାରା ନିଯୁକ୍ତ ପୂର୍ବତନ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କାର୍ଲୋସ କାର୍ଭାଲହୋଙ୍କ ପାଇଁ ଗିରଫଦାରୀ ନିର୍ଦ୍ଦେଶ ଜାରି କରାଯାଇଛି।
