Latest Odisha News

BREAKING NEWS

ରାଜଧାନୀରେ ବର୍ଷା ବିତ୍ପାତ; ଟ୍ରାଫିକ୍‌ ଜାମ୍‌

ଗୁରୁଗ୍ରାମ: ପ୍ରବଳ ବର୍ଷା ଯୋଗୁ ରାଜଧାନୀରେ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡ଼ିଛି। ଲଗାତାର୍‌ ବର୍ଷା ହେବା ଫଳରେ ରାଜଧାନୀ ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି। ଆଜି ସକାଳେ ଲଗାତାର ବର୍ଷା ହେବା ପରେ ଗୁରୁଗ୍ରାମ, ନୋଏଡା ଏବଂ ଦିଲ୍ଲୀରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।

ଭୀଷଣ ବର୍ଷା ଯୋଗୁ ଯାତାୟାତାକୁ ବନ୍ଦ କରାଯାଇଛି। ରାସ୍ତାରେ ଗାଡିଗୁଡିକର ଲମ୍ବା ଲାଇନ୍‌ ଲାଗିଛି। ଫଳରେ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡାର କିଛି ଅଂଶ ଆଜି ସକାଳେ ମଧ୍ୟମରୁ ଭାରୀ ଧରଣର ବର୍ଷା ହୋଇଥିଲା। ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡାର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ଯୋଗୁଁ ଟ୍ରାଫିକ ଜାମ୍‌ ହୋଇଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.