ଭୁବନେଶ୍ୱର : ପାରଳାଖେମୁଣ୍ଡିର ବିଜେଡି ବିଧାୟକ କେ. ନାରାୟଣ ରାଓ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଶ୍ରୀଯୁକ୍ତ ରାଓଙ୍କୁ ଦଳୀୟ କାର୍ଯ୍ୟାଳୟରେ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ବିଜୁ ଜନତା ଦଳ ତାଙ୍କୁ ଦ୍ୱିତୀୟ ଥର ଲାଗି ଟିକେଟ ନଦେବାରୁ ସେ ନିଜ ଅସନ୍ତୋଷ ପ୍ରକାଶ କରି ମଙ୍ଗଳବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ବିଜୁ ଜନତା ଦଳ (ବିଜେଡି) ପାରଳାଖେମୁଣ୍ଡି ଆସନ ଲାଗି ପାରଳା ରାଜାଙ୍କ ଝିଅ କଲ୍ୟାଣୀ ଗଜପତିଙ୍କ ନାମ ଆଶାୟୀ ପ୍ରାର୍ଥୀ ରୁପେ ଘୋଷଣା କରିଛି ।
Comments are closed.