Latest Odisha News

BREAKING NEWS

ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆଠାରେ ପରଂବ୍ରହ୍ମ ଟିଭି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ରାଜନେତା କୋଦଣ୍ଡଧର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ଭଜନର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି କହିଥିଲେ।

ଏହି ଅବସରରେ କଣ୍ଠଶିଳ୍ପୀ ଗଗନ ବିହାରୀ ଜେନା , ମାନସୀ ପାତ୍ର , ହିମାଦ୍ରୀ ତନୟ ମିଶ୍ର , ଭୁବନେଶ୍ବରୀ ବେହେରା , ସରିତା ଆଚାର୍ଯ୍ୟଙ୍କ ସମେତ ୧୦ ଜଣ କଣ୍ଠଶିଳ୍ପୀ , ଗୀତିକାର କୃଷ୍ଣପ୍ରିୟା କର। ହରେକୃଷ୍ଣ ନାୟକ , ଅଂଶୁମାନ କର ପ୍ରମୁଖ ୧୦ ଜଣ ଗୀତିକାରଙ୍କ ସମେତ ନିର୍ଦ୍ଦେଶକ ରାଜ ନାରାୟଣ ପଣ୍ଡା , ତବଲା ବାଦକ ସଂଜୟ ରାଉତ ସମ୍ମାନିତ ହୋଇଥିଲେ।

Comments are closed.