Latest Odisha News

BREAKING NEWS

ପୁଅ-ବୋହୂଙ୍କ ବିରୋଧରେ ମାମଲା: ପିଲାଟେ କର ନହେଲେ ୫ କୋଟି ଦିଅ

ଭୁବନେଶ୍ୱର: ଟଙ୍କା ଖର୍ଚ୍ଚ କରି ପୁଅକୁ ବିଦେଶରେ ପଢ଼େଇଥିଲେ ବାପା-ମା’ । ଆଶା କରିଥିଲେ ପୁଅ ଭଲ ଚାକିରି କଲେ, ଋଣ ଶୁଝିବ ଆଉ ତାଙ୍କ ଦୁଃଖ ବୁଝିବ । କିନ୍ତୁ ଏହି ଆଶା ସଂପୂର୍ଣ୍ଣ ପୂରଣ ନହେବାରୁ ପୁଅ-ବୋହୂ ଙ୍କ ବିରୋଧରେ କୋର୍ଟରେ ମାମଲା ଦାଖଲ କରିଛନ୍ତି ବାପା-ମା’ । ଉତ୍ତରାଖଣ୍ଡର ହରିଦ୍ୱାରରେ ଏସ.ଆର ପ୍ରସାଦ ଓ ତାଙ୍କ ସ୍ତ୍ରୀ, ପୁଅ-ବୋହୂ ଙ୍କ ବିରୋଧରେ କୋର୍ଟରେ ଭରଣପୋଷଣ ମାମଲା ଦାଖଲ କରିଛନ୍ତି ।

ଏସ. ଆର. ପ୍ରସାଦ କହିଛନ୍ତି ଯେ, “ମୁଁ ପୁଅକୁ ସବୁ ଟଙ୍କା ଦେଇଦେଲି । ତାକୁ ଆମେରିକାରେ ପାଠପଢ଼ା ସହ ଟ୍ରେନିଂ କରେଇଲି । ମୋ ପାଖରେ ଏବେ ଆଉ ଟଙ୍କା ନାହିଁ । ଆମେ ଆର୍ଥିକ ଏବଂ ବ୍ୟକ୍ତିଗତ ଭାବେ ଜଟିଳ ସମସ୍ୟାରେ ଫସିଯାଇଛୁ । ଆମେ ଉଭୟ ପୁଅ-ବୋହୂଙ୍କ ନିକଟରୁ ୨.୫ କୋଟି ଲେଖାଏଁ ଦାବି କରୁଛୁ ବୋଲି ପିଟିସନ ଦାଏର କରିଛୁ ।”

ଏସ. ଆର. ପ୍ରସାଦ ଆହୁରି କହିଛନ୍ତି ଯେ, “ସେମାନଙ୍କୁ ବାହା କରାଇଥିଲୁ ନାତିନାତୁଣୀ ଦେଖିବୁ ବୋଲି । କିନ୍ତୁ କିଛି ଆମର ଇଚ୍ଛା ରଖିନାହାନ୍ତି । ଆମର କିଛି ବାଛ ବିଚାର ନାହିଁ ନାତି କି ନାତୁଣୀ ଯାହା ବି ହେଲେ ଚଳିବ” ।

ଆବେଦନକାରୀ ଓକିଲ ଏ.କେ ଶ୍ରୀବାସ୍ତବ କହିଛନ୍ତି ଯେ, “ଏହି ମାମଲାର ସମାଜର ପ୍ରକୃତ ସତ୍ୟ । ଆମେ ପିଲାଙ୍କ ଉପରେ ଖର୍ଚ୍ଚ କରେ, ଯେମିତି ଭଲ ସେମାନେ ଭଲ ଜାଗାରେ ଚାକିରୀ କରିବେ । ପିଲାମାନେ ପିତାମାତାଙ୍କ ଆର୍ଥିକ ଦୂରାବସ୍ଥା ଦୂର କରିବା ପାଇଁ ଋଣୀ” । ଆବେଦନକାରୀ ପିତାମାତା ଏକ ସନ୍ତାନ ଆଶା କରିଛନ୍ତି କିମ୍ବା ପୁଆ-ବୋହୂଙ୍କ ନିକଟରୁ ୫ କୋଟି ଟଙ୍କା ଭରଣପୋଷଣ ଦାବି କରିଛନ୍ତି ।

Leave A Reply

Your email address will not be published.