Latest Odisha News

BREAKING NEWS

ବିଛଣାରେ ଗୋବିନ୍ଦ; ଯୌବନରେ ବି ଚାଲିବାକୁ ଅକ୍ଷମ

କାମାକ୍ଷାନଗର : ଖଟରେ ଶୋଇରହିଛି ୨୦ ବର୍ଷର ଭେଣ୍ଡିଆ ପୁଅ  । ଜୀବନ ସହ ଚାଲିଛି ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାର ଯୁଇରେ ଜଳୁଛନ୍ତି ଗୋବିନ୍ଦ  । ଯେଉଁ ବୟସରେ ସେ ବାପା ମାଙ୍କ ସାହାରା ସାଜିଥାନ୍ତେ ସେହି ବୟସରେ ବାପା ମା ଉପରେ ପାଲଟିଛନ୍ତି ବୋଝ  । ସତରେ ଭଗବାନଙ୍କର  ବିଚିତ୍ର ଲୀଳା । କାହା ଜୀବନରେ ଖୁସି ଭରି ଦେଇଛନ୍ତି ତ ପୁଣି କାହା ଜୀବନରେ ଦୁଃଖର ପାହାଡ଼ ଲଦି ଦେଇଛନ୍ତି  ।

ଯାହା ଲୁହ ହୋଇ ବହିଗଲେ ମଧ୍ୟ ହୃଦୟର ଅସହ୍ୟ ବେଦନାକୁ ସହ୍ୟ କରି ପାରେ ନାହିଁ । କେତେ ଆଦରରେ ପିତା ମାତା ପୁଅର ନାଁ ରଖିଥିଲେ ଗୋବିନ୍ଦ । ବୃଦ୍ଧ ସମୟରେ ପୁଅର ନାମ ଧରି ଏ ମୋହ ମାୟା ସଂସାରରୁ ତରି ଯିବାପାଇଁ ଚିନ୍ତା କରିଥିଲେ ବାପା ମା । ହେଲେ ଜୀବନର ମୂଲ୍ୟବାନ ସାମ୍ରାଜ୍ୟରେ କଳାପାହାଡ଼ ରୂପି କଳଙ୍କିତ ଆତତାୟୀ ଚାଲି ଆସିଥିଲା । ସୁନାର ସଂସାରଟି ଏକ ଦୁଃଖର ସଂସାର ପାଲଟିଗଲା । ଦିନେ ନୁହେଁ କି, ଦୁଇ ଦିନ ନୁହେଁ ଦୀର୍ଘ ୨୦ ବର୍ଷ ଧରି ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗୋବିନ୍ଦ । ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ବସୁଲେଇ ଗାଁର ଗଙ୍ଗାଧର ଜେନା ଓ ପ୍ରେମଲତା ଜେନାଙ୍କ ପୁଅ ଗୋବିନ୍ଦଙ୍କ କଥା  ।

ଛୋଟ ବେଳୁ ଭାରି  ଶାନ୍ତ ସ୍ଵଭାବର ଥିଲେ ଗୋବିନ୍ଦ । ୨୦ ବର୍ଷ ତଳେ ବାପାଙ୍କ ସହିତ ନିଜ ଚାଷ ଜମିକୁ ଶଗଡ଼ ଗାଡ଼ିରେ ଧାନ ଆଣିବା ପାଇଁ ଯାଇଥିଲେ ଗୋବିନ୍ଦ। ହେଲେ ରାସ୍ତାରେ ଶଗଡ଼ ଗାଡ଼ିଟି ଓଲଟି ପଡିଥିଲା । ଶଗଡ଼ ଗାଡ଼ିର ଚକା ତଳେ ଚାପି ହୋଇ ଯାଇଥିଲା ଏଇ୧୦ ବର୍ଷର ନିରୀହ ନିଷ୍ପାପ ଶିଶୁ । ସ୍ଥାନୀୟ ଲୋକେ ସଙ୍କଟାପନ୍ନ ଅବସ୍ଥାରେ ଗୋବିନ୍ଦଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଏବଂ ପରେ ତାଳଚେର ଓ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗୋବିନ୍ଦଙ୍କ ଦୁଇଟି ଯାକ ଗୋଡ଼ ସମ୍ପୁର୍ଣ୍ଣ ଅଚଳ ହୋଇଗଲା । ବାସ୍ ସେହି ଦିନ ଠାରୁ ସବୁ ଦିନ ପାଇଁ ବିଛଣାରେ ଶୋଇ ରହିଛନ୍ତି ଗୋବିନ୍ଦ । ବିଛଣା ଏବଂ ଘରର ଚାରି କାନ୍ଥ ଭିତରେ ତାଙ୍କର କଟୁଛି ଜୀବନ । ଆଖିରେ ଆଖିଏ କୋହ ଓ ଲୁହକୁ ଚାପି ରଖି ପୁଅର ସେବା କରୁଛି ହତଭାଗୀ ଦୁଃଖିନୀ ମା ।

ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପୁଅର ଚିକିତ୍ସା ପାଇଁ ଘର ବାଡ଼ିକୁ ବିକ୍ରୟ କରି ସାରିଛନ୍ତି ଗୋବିନ୍ଦଙ୍କ ବାପା ମା । ସରକାରଙ୍କ ପକ୍ଷରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY ) ରେ କାର୍ଡ ଖଣ୍ଡିଏ ମିଳିଛି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବଡ଼ ପ୍ରତିବନ୍ଧକ । କାର୍ଡ ମାଧ୍ୟମରେ ସିନା ଚିକିତ୍ସାର ସୁବିଧା ପାଇ ପାରିବେ ହେଲେ ଖାଇବାକୁ ସଂଗ୍ରାମ କରୁଥିବା ଅଭାବୀ ପରିବାର ଚିକିତ୍ସା କେମିତି କରାଇବ । ଏଥିପାଇଁ ବଡ଼ ଧରଣର ଅପରେସନର ଆବଶ୍ୟକତା ଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ସ୍ଥାନୀୟ ବାସିନ୍ଦା ଓ ସରପଞ୍ଚ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

ଜୀବନ ସହ ୨୦ ବର୍ଷ ଧରି ସଂଗ୍ରାମ କରୁଥିବା ଶଯ୍ୟାଶାୟୀ ଗୋବିନ୍ଦ ଆଜି ବଞ୍ଚିବା ପାଇଁ ରାହା ଖୋଜୁଛି । ଦୁଃଖିନୀ ମାଆଟି ସରକାରଙ୍କୁ ହାତ ପତାଇ ପୁଅର ଜୀବନ ଭିକ୍ଷା କରୁଛି। ପୁଣି ନୂଆ ଏକ ସୁନେଲି ଜୀବନକୁ ଅପେକ୍ଷା କରିଛି ଗୋବିନ୍ଦ ।

ତେବେ କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଥିଲେ ତେବେ ଏହି ଠିକଣାରେ ଯୋଗାଯୋଗ କରନ୍ତୁ ….

** ଠିକଣା **

ନାମ-ଗୋବିନ୍ଦ ଜେନା

ପିତା-ଗଙ୍ଗାଧର ଜେନା

ଗ୍ରାମ/ପୋ-ବସୁଲେଇ

ଥାନା-ପରଜଙ୍ଗ

ବ୍ଲକ-ପରଜଙ୍ଗ

ଜିଲ୍ଲା-ଢେଙ୍କାନାଳ

ପିନ-୭୫୯୧୨୦

ମୋବାଇଲ ନମ୍ବର-୯୫୫୬୮୧୩୯୨୩ (ଭାଇ)

**ବ୍ୟାଙ୍କ ଆକାଉଣ୍ଟ ଡିଟେଲ*

ଓଡିଶା ଗ୍ରାମ୍ୟ ବ୍ୟାଙ୍କ

Name-Gangadhar Jena( Father)

A/C No- 051134006004443

IFS Code-  IOBA0ROGB01

Branch- Paramhansapur (ପରମହଂସପୁର)

Phone Pay – ୯୫୫୬୮୧୩୯୨୩

 

Leave A Reply

Your email address will not be published.