Latest Odisha News

BREAKING NEWS

ଆଂଚଳିକ ପରିବହନ ପକ୍ଷରୁ ପୁରୀରେ ଯାଂଚ ହେଲା ଶହ ଶହ ଗାଡି ମୋଟର

ପୁରୀ: ଆଂଚଳିତ ପରିବହନ ବିଭାଗ ପକ୍ଷରୁ ପୁରୀରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଗାଡି ମୋଟର ଯାଂଚ କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ ଏହାର ତତ୍ୱାବଧାନ କରିଥିଲେ । ନଭେମ୍ବର ୧ରୁ ୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଡିଏଲ ଚେକିଂରେ ୫୯୮, ସିଟ ବେଲ୍ଟ ଚେକିଂରେ ୪୨ଜଣ ଓ ହେଲମେଟ ନେଇ ୩୪୦ଜଣଙ୍କୁ ଜରିମାନା କରାଯାଇଥିଲା । ଏହା ବ୍ୟତୀତ ଓଭର ସ୍ପିଡ ପାଇଁ ୪୦୨, ମୋବାଇଲ ବ୍ୟବହାର ପାଇଁ ୨୪ ଓ ମଦ୍ୟପାନ ନେଇ ୩୦ଜଣ ଦଣ୍ଡିତ ହୋଇଥିଲେ । ୧୩୦୩ଜଣଙ୍କ ନାଁରେ ଇ-ଚାଲାଣ କରାଯାଇ ୨୫ ଲକ୍ଷ ୫୪ ହଜାର ୨୩୦ ଟଙ୍କା ଜରିମାନା ବାବଦକୁ ଆଦାୟ ହୋଇଥିଲା । ପୂର୍ବ ବକେୟା ୬୭ ଲକ୍ଷ ୮୭ ହଜାର ୯୦୫ ଟଙ୍କା ଖୁବଶୀଘ୍ର ବିଭାଗୀୟ ଅଫିସରରେ ଜମା କରାଯିବ ।

ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ପୁରୀ ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ, ଏମଭିଆଇ, ଟିଆଇ ଓ ପୋଲିସ ଅଧିକାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.