Latest Odisha News

BREAKING NEWS

ଭୋଟର ତାଲିକା ସଂଶୋଧନର ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ

ପୁରୀ: ୨୦୨୩ ବର୍ଷ ପାଇଁ ନୂତନ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୋର୍ଡ ଅଫ ରେଭିନ୍ୟୁର ସଚିବ ତଥା ପୁରୀ ଜିଲ୍ଲା ପାଇଁ ନିଯୁକ୍ତ ରୋଲ ଅବଜର୍ଭର ବିଜୟ କେତନ ଉପାଧ୍ୟାୟ, ପୁରୀ ପୌରପାଳିକା ତଥା ସଦରର ବିଭିନ୍ନ ବ୍ଲକ ପରିଦର୍ଶନ କରିଥିଲେ । ଏ ନେଇ ଉପାଧ୍ୟୟ ବୁଥମାନଙ୍କର ବିଏଲଓ, ସୁପରଭାଇଜର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଡେପୁଟି କଲେକ୍ଟର ନିର୍ବାଚନ ଜିତେନ୍ଦ୍ର ପାତ୍ର, ବିଡିଓ ସମ୍ବିତ କୁମାର ଶତପଥୀ, ତହସିଲଦାର କ୍ଷୀରୋଦ କୁମାର ବେହେରା ଓ ସହକାରୀ ଜିଲ୍ଲାପାଳ ରାଜବଲ୍ଲଭ ନାୟକ ଏବଂ ଅଧିକାରୀମାନେ ସେମାନଙ୍କୁ ଏହି ସଂଶୋଧନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲାର ୧୫୯୩ ବୁଥରେ ଏହି ଅଭିଯାନ ଦିବସ ପାଳିତ ହୋଇଥିଲା ।

Leave A Reply

Your email address will not be published.