Latest Odisha News

BREAKING NEWS

ନବଜାତ ଶିଶୁ ବିକି ପରିବାରର ପେଟ ପୋଷୁଛନ୍ତି ଆଫଗାନ ବାସିନ୍ଦା

ଓଡିଶା ସମ୍ବାଦ ବ୍ୟୁରୋ: ଅନାହାରର ଦ୍ୱାରଦେଶରେ ଆଫଗାନିସ୍ତାନ । ସେଠିକାର ବାସିନ୍ଦାଙ୍କ ପାଇଁ ନା ଅଛି ରୋଜଗାରର ପନ୍ଥା, ନା ମିଳୁଛି ବିଦେଶୀ ଅନୁଦାନ । ଅର୍ଥନୈତିକ ସ୍ତରରେ ଭାଙ୍ଗିପଡିଛି ଆଫଗାନିସ୍ତାର ମେରୁଦଣ୍ଡ । ଏପରି ସ୍ଥିତିରେ ଆଫଗାନ ବାସିନ୍ଦା ନବଜାତ ଶିଶୁଙ୍କୁ ବିକ୍ରୟ କରି ପରିବାରର ପେଟ ପୋଷିବାକୁ ବାଧ୍ୟ ହେଉଛନ୍ତି ।

ବିବିସିର ସାମ୍ବାଦିକା ୟୋଗୀତା ଲିମାୟଙ୍କ ରିପୋର୍ଟ ଅନୁଯାୟୀ ପଶ୍ଚିମ ଆଫଗାନିସ୍ତାନର ହେରାତ ଗାଁର ଜଣେ ମହିଳା ନିଜ ନବଜାତ ଶିଶୁକନ୍ୟାକୁ ମାତ୍ର ୫୦୦ ଡଲାର ବିନିମୟରେ ବିକ୍ରୟ କରିଛନ୍ତି । ସେହି ଅର୍ଥ ବଳରେ ସେ ନିଜ ପରିବାରର ସଦସ୍ୟଙ୍କ କ୍ଷୁଧା ମେଣ୍ଟାଇବାକୁ ଚେଷ୍ଟା କରିଛନ୍ତି । ଶିଶୁକନ୍ୟାକୁ କିଣିଥିବା ଅଜଣା ବ୍ୟକ୍ତି ଜଣକ ପ୍ରାଥମିକ ସ୍ତରରେ ୨୫୦ ଡଲାର ପଇଠ କରିଛି । ଶିଶୁକନ୍ୟାଟି ଉଠି ଚାଲି ଶିଖିବା ପରେ ବଳକା ଅର୍ଥ ପଇଠ କରିବା ନେଇ ଚୁକ୍ତି ହୋଇଛି ।

କରୋନା ମହାମାରୀ ସାଙ୍ଗକୁ ରାତିଅଧିଆ ସରକାର ପରିବର୍ତ୍ତନ ଆଫଗାନିସ୍ତାନର ସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ତାଲିବାନୀ ଶାସନରେ ଖାଦ୍ୟଶସ୍ୟର ଦର ଅହେତୁକ ଭାବେ ବଢିଚାଲିଛି । ଲକ୍ଷଲକ୍ଷ ଲୋକ ଚାକିରୀ ହରାଇ ଓ ବ୍ୟବସାୟ ବନ୍ଦ କରି ଜୀବନ ବିକଳରେ ଆତ୍ମଗୋପନ କରିଛନ୍ତି ।

ବିଶ୍ୱ ଖାଦ୍ୟ ଯୋଜନାର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ୨୨.୮ ମିଲିଅନ ଲୋକେ ଅନାହାର ଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି । ସେମାନଙ୍କ ସ୍ଥିତି ସୁଧାରିବା ପାଇଁ କୋଟିକୋଟି ଟଙ୍କାର ଆବଶ୍ୟକତା ରହିଛି । ହେଲେ ତାଲିବାନ ଟଙ୍କା ହଡପ କରିବା ଭୟରେ ବାହାର ଦେଶଗୁଡିକ ଇଛା ବିରୋଧରେ ଅନୁଦାନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଚଳିତ ସପ୍ତାହରେ କାବୁଲରେ ୮ଜଣ ଶିଶୁଙ୍କର ଅନାହାରରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଅନାହାରର ଦୃଶ୍ୟ କେବଳ ଗ୍ରାମାଂଚଳରେ ନୁହେଁ ବର ସହରାଂଚଳରେ ମଧ୍ୟ ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.